ଟ୍ରାନ୍ସଜେଣ୍ଡର ରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରନର୍ସ ଅପ୍
ପୁରୀ, ୨୫ ଡିସେମ୍ବର (ହି.ସ.)- ପଞ୍ଜାବର ଲଭଲୀ ପ୍ରଫେସନାଲ ୟୁନଭରସିଟି ଠାରେ ଜାତୀୟ ଟ୍ରାନ୍ସଜେଣ୍ଡର ବ୍ଯକ୍ତି ମାନଙ୍କୁ ନେଇ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଟ୍ରାନ୍ସ ଜେଣ୍ଡର କ୍ରିକେଟ ଦଳ ରନର୍ସ ଅପ ହୋଇ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି । ଡିସେମ୍ବ
ଟ୍ରାନ୍ସଜେଣ୍ଡର ରାଷ୍ଟ୍ରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ରନର୍ସ ଅପ୍


ପୁରୀ, ୨୫ ଡିସେମ୍ବର (ହି.ସ.)- ପଞ୍ଜାବର ଲଭଲୀ ପ୍ରଫେସନାଲ ୟୁନଭରସିଟି ଠାରେ ଜାତୀୟ ଟ୍ରାନ୍ସଜେଣ୍ଡର ବ୍ଯକ୍ତି ମାନଙ୍କୁ ନେଇ ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଟ୍ରାନ୍ସ ଜେଣ୍ଡର କ୍ରିକେଟ ଦଳ ରନର୍ସ ଅପ ହୋଇ ଓଡ଼ିଶା ପାଇଁ ଗର୍ବ ଆଣି ଦେଇଛନ୍ତି । ଡିସେମ୍ବର ଓଡ଼ିଶାର ୧୪ ଜଣିଆ ଟ୍ରାନ୍ସ କ୍ରିକେଟ ଟିମ ପଞ୍ଜାବ ଗସ୍ତ କରିଥିଲେ । ଏହି ଦଳ ଗୁରୁବାର ପୁରୀରେ ପହଞ୍ଚିବା ପରେ ସାମାଜିକ ଓ ସ୍ବେଛାସେବୀ ଅନୁଷ୍ଠାନ ଦି ବେଲ ପକ୍ଷରୁ ୟୁଥ ହଷ୍ଟେଲ ଠାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଓଡ଼ିଶା ଦଳ ସେମିଫାଇନାଲରେ କର୍ଣ୍ଣାଟକକୁ ୪୭ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ କେରଳ ସହିତ ଓଡ଼ିଶା ମୁହାଁମୁହିଁ ହୋଇଥିଲେ । ମାତ୍ର ୨ ରନ ଯୋଗୁ ଓଡ଼ିଶା ଦଳ ରନର୍ସ ଅପ ହୋଇଥିଲା । ଦୁଇ ବର୍ଷ ଧରି ଏହି ଦଳ ଭଲ ଖେଳ ପ୍ରଦର୍ଶନ କରୁଥିଲେ ମଧ୍ୟ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ନେତା ଓ ମନ୍ତ୍ରୀଙ୍କ ଠାରୁ ସହଯୋଗ ମିଳୁନାହିଁ ବୋଲି ଟିମ୍ କ୍ୟାପଟେନ୍ ସନ୍ତୋଷ କୁମାର ଜେନା (ଇମି) କ୍ଷୋଭ ପ୍ରକାଶ କରିଛନ୍ତି । ଦଳର ଉପଅଧିନାୟକ ପୁରୀର ସୁମନ ମହାକୁଡ କହିଛନ୍ତି ଶ୍ରୀଜଗନ୍ନାଥଙ୍କ କୃପାରୁ ଓଡ଼ିଶା ଟିମ ସଫଳ ହୋଇପାରିଛି । ଦଳଗତ ଶୃଙ୍ଖଳା ପାଇଁ ଓଡିଶା ଟିମ ବେଷ୍ଟ ଟିମ ଆୱାର୍ଡ ପାଇଛି ।

ସାମାଜିକ ଅନୁଷ୍ଠାନ ଦି ବେଲର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ କହିଛନ୍ତି, ଟ୍ରାନ୍ସଜେଣ୍ଡର ମାନଙ୍କୁ ଅଲଗା ନଜରରେ ଦେଖନାହିଁ । ସେମାନେ ମଧ୍ୟ ଆମ ଭଳି ଜଣେ ଜଣେ ମଣିଷ । ସେମାନେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରୁଛନ୍ତି । ସେମାନଙ୍କୁ ସମାଜର ମୁଖ୍ଯ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ଉପାୟରେ ସହଯୋଗ ପ୍ରଦାନ କରାଗଲେ ସେମାନଙ୍କ ଉନ୍ନତି ଘଟିବ।

ଏହି ସମ୍ବର୍ଦ୍ଧନା ପର୍ବରେ ୟୁଥ୍ ହଷ୍ଟେଲ ମ୍ୟାନଜର ଭାସ୍କର ମହାରଣା, ସାନଭି ରିହାବଲେସନ କେୟାରର ଏମଡି ଡ. ନେତାଜୀ ହରି ଚନ୍ଦନ, ଦି ବେଲର ଉପସଭାପତି ସୁକାନ୍ତ କୁମାର ପଣ୍ଡା, ସମ୍ପାଦକ କିଶୋର ପାତ୍ର, ରାଜଲକ୍ଷ୍ମୀ ଦାସ, ମିନତି ନାୟକ, ଶାନ୍ତିଲତା ପ୍ରଧାନ, ମଳୟ ଗଜେନ୍ଦ୍ର, ରଞ୍ଜିତ ନାୟକ, ଉମେଶ ଚନ୍ଦ୍ର ଦାସ, ବନିତା ଦୀକ୍ଷିତ, ବର୍ଷା ଦାସ, ଅଞ୍ଜଳି କାନୁନଗୋ ଯୋଗଦେଇ ବିଜୟୀ ଦଳକୁ ଶୁଭେଛା ଜଣାଇଥିଲେ । କାର୍ଯ୍ୟକ୍ରମକୁ ଦ ବେଲ୍ ୟୁଥ୍ ଓ ଓମେନ୍ସ କ୍ଲବ୍ ସଦସ୍ୟ ସଦସ୍ୟା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande