
ମାଲକାନଗିରି, ୨୫ ଡିସେମ୍ବର (ହି.ସ.) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ତାଣ୍ଡବାଇ ପଞ୍ଚାୟତର ଯୋଗାଣ ସହାୟକ କେ ଈଶ୍ୱର ରାଓଙ୍କ ଗତ କାଲି ରାତ୍ର ରେ ପରଲୋକ ହୋଇଛି lତାଙ୍କର ପରଲୋକରେ ସମଗ୍ର ତାଣ୍ଡବାଇ ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି l ସେ କିଛି ଦିନ ଧରି କିଡ଼ନୀ ଏବଂ ଲିଭର ଜନିତ ରୋଗରେ ପୀଡିତ ଥିଲେ l ଦୁଇ ଦିନ ତଳେ ହଠାତ ଦେହ ଖରାପ ହେବାରୁ ତାଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ ର ଭଦ୍ରାଚଲମ ଏବଂ ପରେ ଖମାମ ନେଇ ଚିକିତ୍ସା ଚାଲିଥିବା ବେଳେ ଗତ କାଲି ତାଙ୍କର ସେହି ମେଡିକାଲ ରେ ମୃତ୍ୟୁ ଘଟିଥିଲା l ତାଙ୍କର ମୃତ୍ୟୁ ରେ ସମଗ୍ର ଅଞ୍ଚଳ ସ୍ତବ୍ଧ ହୋଇଯାଇଥିବା ବେଳେ ଲୋକେ ତାଙ୍କୁ ଝୁରୁଥିବା ଦେଖିବା ପାଇଁ ମିଳୁଛି l ଏଭଳି ଏକ ଯୋଗାଣ ସହାୟକ ଯିଏ କି ଲୋକଙ୍କ ମନକୁ ଜିତିପାରୁଥିବା ବେଳେ ଲୋକଙ୍କ ସହ ଭଲ ବ୍ୟବହାର ଓ ସମ୍ପର୍କ ଯୋଗୁଁ ସମସ୍ତେ ତାଙ୍କୁ ଭଲ ପାଇଥାନ୍ତି!ସେ ଏମଭି ୭୯ ସଵାରୀ କ୍ରିକେଟ କ୍ଲବ ର ପ୍ରେସିଡେଣ୍ଟ ମଧ୍ୟ ଥିଲେ!ବ୍ଲକ, ଜିଲ୍ଲାଏବଂ ସେହି ଅଞ୍ଚଳର ସମଗ୍ର ଲୋକେ ପଡିଆ ବ୍ଳକ ସଦର ଠାରେ ରହିଥିବା ତାଙ୍କ ବାସଭବନ ରେ ପହଞ୍ଚି ସ୍ବର୍ଗୀୟ ଈଶ୍ୱର ରାଓଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ l ଏଭଳି ସ୍ଥିତିରେ ତାଙ୍କର ୨ ଟି ଛୋଟ ଛୋଟ ଛୁଆ ରହିଥିବା ବେଳେ କିଭଳି ତାଙ୍କ ସ୍ତ୍ରୀ ପରିବାର ପ୍ରତିପୋଷଣ କରିବେ ତାକୁ ନେଇ ଭାଙ୍ଗି ପଡିଥିବା ବେଳେ ସରକାର ତରଫରୁ କିଛି ସାହାଯ୍ୟ ସହଯୋଗ କରାଯାଇ ଥିଲେ ସେ ବଞ୍ଚିପାରି ଥାନ୍ତେ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ