
ଭୁବନେଶ୍ୱର, ୨୫ ଡିସେମ୍ବର (ହି.ସ.)- ଗୁରୁବାର ସକାଳେ ରାଜ୍ୟର ଦୁଇଟି ସ୍ଥାନ ନୟାଗଡ଼ ଓ ଢ଼େଙ୍କାନାଳରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ପାରାଦୀପ, ଭୁବନେଶ୍ୱର, ଖୋର୍ଦ୍ଧା, ଫୁଲବାଣୀରେ ଘନ କୁହୁଡ଼ି, କୋରାପୁଟ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଏବଂ ଚାନ୍ଦବାଲି, ବାରିପଦା, କେନ୍ଦୁଝର, ରାଉରକେଲାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।
ଆଜି ସକାଳେ ନୟାଗଡ଼ ଓ ଢ଼େଙ୍କାନାଳରେ ଅତି ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୦ରୁ ୫୦ ମିଟର ମଧ୍ୟରେ ରହିଛି । ପାରାଦୀପ, ଭୁବନେଶ୍ୱର, ଖୋର୍ଦ୍ଧା, ଫୁଲବାଣୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ସେହିପରି କୋରାପୁଟ ଓ ଭବାନୀପାଟଣାରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ନୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି । ଅନୁରୂପ ଭାବେ ଚାନ୍ଦବାଲି, ବାରିପଦା, କେନ୍ଦୁଝର ଏବଂ ରାଉରକେଲାରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ