
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ତୁଳସୀ ପୂଜନ ଆମକୁ ବୈଦିକ
ଐତିହ୍ୟ ଓ ଆତ୍ମିକ ଶକ୍ତିର ସ୍ମରଣ କରାଏ ବୋଲି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ
ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ତୁଳସୀ ପୂଜନ ଦିବସ ଆମକୁ ଗଭୀର ଭାବେ ମୌଳିକ ବେଦିକ
ଐତିହ୍ୟ ଓ ଆତ୍ମିକ ଶକ୍ତିର ସ୍ମରଣ କରାଏ। ଆମ ସନାତନୀ ପରମ୍ପରାରେ ତୁଳସୀ ମାତା ପବିତ୍ରତା, ଭକ୍ତି,
କଳ୍ୟାଣ ଏବଂ ସୁରକ୍ଷାର ପ୍ରତୀକ। ଏହି ପବିତ୍ର ଅନୁଷ୍ଠାନ ସମାଜରେ
ସମନ୍ୱୟ, ସୁସ୍ଥତା ଏବଂ ସକାରାତ୍ମକ ମୂଲ୍ୟବୋଧକୁ ପ୍ରେରିତ କରୁ—ଏହି କାମନା
କରିଛନ୍ତି ରାଜ୍ୟପାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା