ବୁର୍ଲା ସ୍ଥିତ ଅଟଳ ଉଦ୍ୟାନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବୁର୍ଲା ସ୍ଥିତ ଅଟଳ ଉଦ୍ୟାନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୁଶାସନର ମୂର୍ତ୍ତିମନ୍ତ
ବୁର୍ଲା ସ୍ଥିତ ଅଟଳ ଉଦ୍ୟାନରେ ଅଟଳ     ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 25 ଡିସେମ୍ବର (ହି.ସ.)- ବୁର୍ଲା ସ୍ଥିତ ଅଟଳ

ଉଦ୍ୟାନରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣକରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ

ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୁଶାସନର ମୂର୍ତ୍ତିମନ୍ତ ପ୍ରତୀକ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ତଥା ‘ସୁଶାସନ

ଦିବସ’ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ଆଜି ସମ୍ବଲପୁର ବୁର୍ଲା ସ୍ଥିତ ଅଟଳ

ଉଦ୍ୟାନରେ ଏହି ଯୁଗପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ

ଅର୍ପଣ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅଟଳଜୀଙ୍କ ସୁଶାସନ ମନ୍ତ୍ର ହିଁ

ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମକୁ ସଦାବେଳେ ପ୍ରେରଣା ଦେଉଛି

। ତାଙ୍କର ପ୍ରତିଟି କାଳଜୟୀ ସ୍ୱପ୍ନ ଓ ବାକ୍ୟକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର

ମୋଦି ବାସ୍ତବ ରୂପ ଦେଉଛନ୍ତି । ଅଟଳଜୀଙ୍କ ଆଦର୍ଶରେ ଏକ ବିକଶିତ ଓଡ଼ିଶା ଗଢ଼ିବା ପାଇଁ ଆମେ

ସଂକଳ୍ପବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande