
ଚମ୍ପୁଆ, ୨୪ ଡିସେମ୍ବର(ହି.ସ.) – ଛେଳି ଚରାଇବାକୁ ଯାଇ ଅସାବଧାନତା ଯୋଗୁଁ ବୈତରଣୀ ନଦୀରେ ବୁଡ଼ି ଜୀବନ ହାରିଛନ୍ତି ବୃଦ୍ଧ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ମିରିଗିସିଙ୍ଗା ଗ୍ରାମଦେଇ ଯାଇଥିବା ବୈତରଣୀ ନଦୀରେ କୁଣ୍ଡିଆ ମୁଣ୍ଡା ନାମକ ଜଣେ ବୃଦ୍ଧ ବୈତରଣୀ ନଦୀ କୂଳକୁ ଛେଳି ଚରାଇବାକୁଯାଇ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଛେଳି ଚରାଉଥିବାବେଳେ ଅସାବଧାନତା ଯୋଗୁଁ ବୈତରଣୀ ନଦୀରେ ପଡ଼ି ପାଣିରେ ବୁଡ଼ି ଯାଇଥିବା କୁହାଯାଉଛି। ଘଟଣା ସ୍ଥଳରେ ହିଁ ସେ ମୃତ୍ୟୁବରଣ କରିଥିବାବେଳେ ସ୍ଥାନୀୟ ଗ୍ରାମବାସୀମାନେ ତାଙ୍କୁ ନଦୀରେ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବାସହ ଚମ୍ପୁଆ ପୋଲିସ୍କୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଚମ୍ପୁଆ ପୋଲିସ୍ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ତେବେ ଉକ୍ତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta