ବା˚ଲାଦେଶରେ ହିନ୍ଦୁ ହତ୍ୟା ପ୍ରତିବାଦରେ ହିନ୍ଦୁ ସମାଜ ପକ୍ଷରୁ ଶୋଭାଯାତ୍ରା
ଜୟପୁର, 24 ଡିସେମ୍ବର (ହି.ସ.) ବା˚ଲାଦେଶରେ ସ˚ଖ୍ୟାଲଘୁ ହିନ୍ଦୁମାନଙ୍କ ସ୍ଥିତି ଏବ˚ ସା˚ପ୍ରତିକ ହିସା˚କୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଜୟପୁରରେ ମଧ୍ୟ ଏହାର ପ୍ରଭାବ ପଡିଛି। ଆଜି ସନ୍ଧ୍ୟାରେ ହିନ୍ଦୁ ସମାଜ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନଗର ପରିକ୍ରମା
ବା˚ଲାଦେଶରେ ହିନ୍ଦୁ ହତ୍ୟା ପ୍ରତିବାଦରେ ହିନ୍ଦୁ ସମାଜ ପକ୍ଷରୁ ଶୋଭାଯାତ୍ରା


ଜୟପୁର, 24 ଡିସେମ୍ବର (ହି.ସ.)

ବା˚ଲାଦେଶରେ ସ˚ଖ୍ୟାଲଘୁ ହିନ୍ଦୁମାନଙ୍କ ସ୍ଥିତି ଏବ˚ ସା˚ପ୍ରତିକ ହିସା˚କୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ଜୟପୁରରେ ମଧ୍ୟ ଏହାର ପ୍ରଭାବ ପଡିଛି। ଆଜି ସନ୍ଧ୍ୟାରେ ହିନ୍ଦୁ ସମାଜ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରାଯାଇ ନଗର ପରିକ୍ରମା କରିବା ପରେ ରଥପଡିଆ ନିକଟରେ ବା˚ଲାଦେଶ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କ କୁଶପୁତ୍ତଳିକା ଦାହ କରିବା ସହ ବା˚ଲାଦେଶ ପତାକା ପୋଡିଥିଲେ। ବ˚ଲାଦେଶର ମୈମନ ସି˚ହ ଜିଲ୍ଲାରେ ଇଶ୍ବର ନିନ୍ଦା ଅଭିଯୋଗରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଯାହା ବିରୋଧରେ ବିକ୍ଷୋଭକାରିମାନେ ନ୍ୟାୟ ଦାବି କରିଥିଲେ। ହିନ୍ଦୁ ସମାଜ କର୍ମକର୍ତ୍ତା ମାନେ ହାଇକମିଶନ ନିକଟରେ ଏକାଠି ହୋଇ ବା˚ଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଥିଲେ। ବିକ୍ଷୋଭକାରୀ ମାନେ ଦୀପୁ ଚନ୍ଦ୍ର ଦାସଙ୍କ ପାଇଁ ନ୍ୟାୟ ଦାବି କରିବା ସହ ବା˚ଲାଦେଶ କର୍ତ୍ତୁପକ୍ଷ ସ˚ଖ୍ୟାଲଘୁ ସ˚ପ୍ରଦାୟକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ଭାରତ ସରକାରଙ୍କୁ ହିନ୍ଦୁ ମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କରିବା ସହ ବେଆଇନ ଅନୁପ୍ରବେଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande