ସଂସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ
ଜୟପୁର, ୨୪ ଡିସେମ୍ବର (ହି.ସ.) - ଜୟପୁର ଫୁଲବାଡ ସ୍ଥିତ କ୍ରୀଡା କମ୍ପେ୍ଲକ୍ସ ପରିସରରେ ଜିଲ୍ଲା ପ୍ରଶାସନ ଏବଁ ଜିଲ୍ଲା କ୍ରୀଡାସପ୍ସଘ ଆନୁକୁଲ୍ୟରେ ସାପ୍ସସଦୀୟ ଖେଳ ମହୋତ୍ସବ ଉଦଘାଟିତ ହୋଇଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ କ୍ରୀଡାବିତ ମାନେ ନିଜ ମଧ୍ୟରେ ଲୁକ୍କାୟିତ ରହିଥିବ କ୍ରୀଡା ନୈପୁଣ୍ୟତାକୁ ପରି
ସ˚ସଦୀୟ କ୍ରୀଡା ମହୋତ୍ସବ ଉଦଘାଟିତ


ଜୟପୁର, ୨୪ ଡିସେମ୍ବର (ହି.ସ.) - ଜୟପୁର ଫୁଲବାଡ ସ୍ଥିତ କ୍ରୀଡା କମ୍ପେ୍ଲକ୍ସ ପରିସରରେ ଜିଲ୍ଲା ପ୍ରଶାସନ ଏବଁ ଜିଲ୍ଲା କ୍ରୀଡାସପ୍ସଘ ଆନୁକୁଲ୍ୟରେ ସାପ୍ସସଦୀୟ ଖେଳ ମହୋତ୍ସବ ଉଦଘାଟିତ ହୋଇଛି। ଜିଲ୍ଲାପାଳଙ୍କ ନେତୃତ୍ୱରେ କ୍ରୀଡାବିତ ମାନେ ନିଜ ମଧ୍ୟରେ ଲୁକ୍କାୟିତ ରହିଥିବ କ୍ରୀଡା ନୈପୁଣ୍ୟତାକୁ ପରିସ୍ପୁଟିତ କରିବାକୁ ଏହା ଉତମ ବାଟ ବୋଲି କହିଥିଲେ। ସାପ୍ସସଦ ପ୍ରତିନିଧି ଭାବେ ଗୌତମସାମନ୍ତରାୟ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ବ ଭାବେ କୋରାପୁଟ ଜିଲ୍ଲା ସାମ୍ବାଦିକ ସପ୍ସଘ ସଭାପତି ତରୁଣ କୁମାର ମହାପାତ୍ର ଯୋଗ ଦେଇଥିଲେ। ଗ୍ରାମାଂଚଳର ଲୁକ୍କାୟିତ କ୍ରୀଡାବିତ ମାନଙ୍କୁ ଅଲମ୍ପିକ୍ସରେ ସାମିଲ କରାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ। ଏହ ଲକ୍ଷରେ ନିଶ୍ଚିତ ରୁପେ ନବରଙ୍ଗପୁର ସପ୍ସସଦୀୟ କ୍ଷେତ୍ରରେ କ୍ରୀଡାବିତ ମାନେ ସଫଳତା ହାସଲ କରିବେ ସେ ଆଶା ତାଙ୍କର ରହିଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଜୟପୁର କ୍ରୀଡା କମ୍ପେ୍ଲକ୍ସରେ ୧୦୦ ମିଟର ଦୌଡ, ଲମ୍ବକୁଦ, ଉଚ୍ଚ କୁଦ, ଖୋକୋ ଓ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚ ଗୁଡିକର ବିଜେତା ଆସନ୍ତା କାଲି କୋରାପୁଟ ପୁଲିସ ଗ୍ରାଉଣ୍ଡରେ ହେବାକୁ ଥିବା ପୁରସ୍କାର ବିତରଣି ଉତ୍ସବରେ ଯୋଗ ଦେଇ ପୁରସ୍କାର ଗ୍ରହଣ କରିବେ। ସାଂସଦ ଖେଳ ସଂଯୋଜକ ସାନ୍ତନୁ କୁମାର ପଣ୍ଡା, ଜିଲ୍ଲା କ୍ରିଡା ସପ୍ସଘ ସଂପାଦକ ରବି ନାୟକଙ୍କ ସମେତ ଅନ୍ୟ ରେଫେରି ଓ ବିଭିନ୍ନ ବିଦ୍ୟାଳୟର ଖେଳ ଶିକ୍ଷକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande