ମାଧ୍ୟମିକ ସ୍କଲ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ
ସମ୍ବଲପୁର, ୨୪, ଡିସେମ୍ବର (ହି.ସ.) ଓଡ଼ିଶା ମାଧ୍ୟମିକ ସ୍କଲ ଶିକ୍ଷକ ସଂଘ,ସମ୍ବଲପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବର ଜଗନ୍ନାଥ ହାଇସ୍କୁଲ, ଝାଙ୍କରପାଲିରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଚିତ୍ତରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ କୁଳଧର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲ
ମାଧ୍ୟମିକ ସ୍କଲ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ


ସମ୍ବଲପୁର, ୨୪, ଡିସେମ୍ବର (ହି.ସ.) ଓଡ଼ିଶା ମାଧ୍ୟମିକ ସ୍କଲ ଶିକ୍ଷକ ସଂଘ,ସମ୍ବଲପୁର ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବର ଜଗନ୍ନାଥ ହାଇସ୍କୁଲ, ଝାଙ୍କରପାଲିରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଚିତ୍ତରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ କୁଳଧର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ଏହି ଅଧିବେଶନରେ ଓଷ୍ଟା ଜିଲ୍ଲା ସଭାପତି କ୍ଷୀରୋଦ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ।ଜିଲ୍ଲା ସମ୍ପାଦକ ବିଭୁତି ଭୁଷଣ ଚାନ୍ଦ ସ୍ୱାଗତ ଭାଷଣ ଓ ଯୁଗ୍ମ ସମ୍ପାଦକ ବିଶ୍ୱମିତ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

ଉତ୍ସବରେ ସମ୍ବଲପୁର ଜିଲ୍ଲାର ସମସ୍ତ ନଅଟି ବ୍ଲକର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦସମ୍ବଲପୁରର ଉପାଧ୍ୟକ୍ଷ ମାଧବ ମିର୍ଦ୍ଧା ଯୋଗ ଦେଇଥିଲେ।

ଏଥିରେ ପୁରସ୍କୃତ କୃତୀ ପ୍ରତିଯୋଗିମାନେ କଟକ ଠାରେ ଆୟୋଜିତ ହେବାକୁଥିବା ରାଜ୍ୟ ଶିଶୁଉତ୍ସବରେ ଯୋଗଦାନ କରିବେ।

ତର୍କ ରେ ରୋହିଣୀ ଗୌଡ଼,କଣ୍ଠସଙ୍ଗୀତରେ ଅନ୍ଶୁମାନ ଚିନ୍ଦ୍ରା,ଚିତ୍ରାଙ୍କନରେ କ୍ଷୀରୋଦ କୁମାର, କବିତା ଆବୃତ୍ତିରେ ହରିପ୍ରିୟା କହର,ଗଳ୍ପ ଲେଖନରେ ସିଦ୍ଧେଶ୍ୱରୀ ମହାନନ୍ଦ,କବିତା ରଚନାରେ ପଙ୍କଜ ପ୍ରଧାନ,ମୋନୋ ଆକ୍ସନରେ ପ୍ରିୟଙ୍କା ପୁଜାରୀ, ନୃତ୍ୟରେ ରୋଶନୀ ପଣ୍ଡା, ସାଧାରଣ ଜ୍ଞାନରେ ଆୟୁଷ ପଣ୍ଡା ଓ କୁଇଜ ପ୍ରତିଯୋଗିତାରେ ପ୍ରତିଯୋଗିତାରେ ଜାହ୍ନବୀ ମାହି କୃତିତ୍ବ ଅର୍ଜନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande