ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ
ସମ୍ବଲପୁର, ୨୪ ଡିସେମ୍ବର(ହି.ସ.) – ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ୪ଟି ଠିକଣାରେ ଆଜି ଭିଜିଲାନ୍ସ ବିଭାଗ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ


ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ


ସମ୍ବଲପୁର, ୨୪ ଡିସେମ୍ବର(ହି.ସ.) – ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ୪ଟି ଠିକଣାରେ ଆଜି ଭିଜିଲାନ୍ସ ବିଭାଗ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଂଟ ବଳରେ ଭିଜିଲାନ୍ସ ବିଭାଗ ଏକକାଳୀନ ତାଙ୍କ ଘର ଓ କାର୍ଯ୍ୟାଳୟରେ ତଲାସୀ ଆରମ୍ଭ କରିଛି। ଏହି ଚଢ଼ାଉରେ ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ନିୟୋଜିତ ରହିଛନ୍ତି। ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ବରଗଡ଼ରେ ୪ ହଜାର ବର୍ଗଫୁଟ ଆୟତନରେ ଏକ ଦୁଇମହଲା ବିଶିଷ୍ଟ ବାସଭବନ, ବରଗଡ଼ରେ ଥିବା ତାଙ୍କ ପୈତୃକ ଘର, ସମ୍ବଲପୁର ଚାରଭାଟି ଅଂଚଳରେ ଥିବା ଏକ ଆଲିସାନ୍ କୋଠା,୧୬ଟି ମୂଲ୍ୟବାନ ପ୍ଲଟ୍ ଚିହ୍ନଟ ହୋଇଛି। ଏତଦ୍ ବ୍ୟତୀତ ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ଏକ ଚାରଚକିଆ ଗାଡ଼ି, ୪ଟି ଦୁଇ ଚକିଆ ବାଇକ୍ ଏବଂ ୬ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ଉପକରଣ ଜବତ୍ ହୋଇଛି। ଏହାବାଦ୍ ସମ୍ବଲପୁରରେ ଥିବା ତାଙ୍କ କାର୍ଯ୍ୟାଳୟ ଏହି ଚଢ଼ାଉରେ ସାମିଲ କରାଯାଇଛି। ସୂଚନାଯୋଗ୍ୟ ଶ୍ରୀ ଭୋଇ ୧୯୮୯ ମସିହାରେ ୭୮୭ ଟଙ୍କା ବେତନରେ କନିଷ୍ଠ କିରାଣୀ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ

ତାଙ୍କର ଚାକିରି କାଳ ଆଉ ମାତ୍ର ଏକ ବର୍ଷ ଥିଲା। ଯେତେବେଳେ କି ଅବସର ଗ୍ରହଣ ପୂର୍ବରୁ ନିଜ ସନ୍ତାନ ସନ୍ତତିଙ୍କ ବୈବାହିକ କାର୍ଯ୍ୟ ସାରି ଦେବାପାଇଁ ଦୀର୍ଘ ଦିନ ଧରି ବହୁ ଜୋରଦାର ଉଦ୍ୟମ କରି ଆସୁଥିଲେ। ଦୁର୍ଭାଗ୍ୟକୁ ଗତ ୩ରୁ ୪ ମାସ ଧରି ସେ ଭିଜିଲାନ୍ସ ସ୍କାନରରେ ରହି ଆସିଥିଲେ। ଧାର୍ଯ୍ୟ ସମୟରେ ଶ୍ରୀଭୋଇ କାର୍ଯ୍ୟାଳୟକୁ ଆସିନଥିବା ଯୋଗୁଁ ତାଙ୍କ ରୁମରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଭିଜିଲାନ୍ସ ବିଭାଗର ଗୋଟିଏ ସ୍ୱାର୍ଡ ଶ୍ରୀଭୋଇଙ୍କ ଘରେ ଚଢ଼ାଉ କରୁଥିବାବେଳେ ଆଉ ଗୋଟିଏ ସ୍ୱାର୍ଡ କାର୍ଯ୍ୟାଳୟରେ ତାଙ୍କ ଆସିବା ବାଟକୁ ଏବେ ବି ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande