
ଅଯୋଧ୍ୟା, 31 ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ
ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାର ହନୁମାନଗଡ଼ୀକୁରେ ପହଞ୍ଚି
ସଂକଟମୋଚନ ହନୁମାନଙ୍କ ଦର୍ଶନ–ପୂଜନ କରିଛନ୍ତି । ହନୁମାନଗଡ଼ୀରୁ ବାହାରିବା ପରେ ପ୍ରତିରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ସିଧାସଳଖ ଶ୍ରୀରାମ ଜନ୍ମଭୂମି ପରିସରକୁ ଯାଇଥିଲେ। ସେଠାରେ ପ୍ରଭୁ ଶ୍ରୀରାମଲଲା ମନ୍ଦିର ଓ ରାମ
ଦରବାରରେ ହାଜିରି ଦେଇଥିଲେ। ଉଭୟେ ବିଧିବଦ୍ଧ ଆରତି କରି ମନ୍ଦିରର ପରିକ୍ରମା କରିଥିଲେ। ସିଏମ୍
ଓ ରକ୍ଷାମନ୍ତ୍ରୀ ଦେଶ ଓ ପ୍ରଦେଶର ସୁଖ–ସମୃଦ୍ଧି ପାଇଁ କାମନା କରିଥିଲେ।
ପ୍ରତିଷ୍ଠା ଦ୍ୱାଦଶୀ
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ବୁଧବାର ସକାଳେ ଅଯୋଧ୍ୟା
ପହଞ୍ଚିବା ସମୟରେ ମହର୍ଷି ବାଲ୍ମୀକି ଆନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ତାଙ୍କୁ ସ୍ୱାଗତ କରିଥିଲେ। ସେଠାରୁ ପ୍ରତିରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ହନୁମାନଗଡ଼ୀରେ ପହଞ୍ଚି ସଂକଟମୋଚନଙ୍କ ଚରଣରେ ମୁଣ୍ଡିଆ ମାରିଥିଲେ। ତା’ପରେ ସେମାନେ ସିଧାସଳଖ ଶ୍ରୀରାମ ଜନ୍ମଭୂମି ପରିସରକୁ ଯାଇ ପ୍ରଭୁ
ଶ୍ରୀରାମଲଲାଙ୍କ ଦରବାରରେ ହାଜିରି ଦେଇଥିଲେ। ପରେ ରାମ ଦରବାରରେ ମଧ୍ୟ ଦର୍ଶନ–ପୂଜନ କରି ଦେଶ–ପ୍ରଦେଶର ଉନ୍ନତି ଓ ଜନକଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।
ମାଆ ଅନ୍ନପୂର୍ଣ୍ଣା
ମନ୍ଦିରର ଶିଖରରେ ଧର୍ମଧ୍ୱଜା ଆରୋହଣ
ରକ୍ଷାମନ୍ତ୍ରୀ ଓ
ମୁଖ୍ୟମନ୍ତ୍ରୀ ଶ୍ରୀରାମଙ୍କ ଜୟଘୋଷ ଓ ମନ୍ତ୍ରୋଚ୍ଚାର ମଧ୍ୟରେ ବିଧିବଦ୍ଧ ପୂଜନ କରି ମାଆ
ଅନ୍ନପୂର୍ଣ୍ଣା ମନ୍ଦିରର ଶିଖରରେ ଧର୍ମଧ୍ୱଜା ଆରୋହଣ କରିଥିଲେ। ଯେଉଁ ପ୍ରଯୁକ୍ତିରେ ରାମଲଲା
ମନ୍ଦିରର ଶିଖରରେ ଧ୍ୱଜାରୋହଣ ହୋଇଥିଲା, ସେହି ପ୍ରଯୁକ୍ତିରେ ମାଆ ଅନ୍ନପୂର୍ଣ୍ଣା ମନ୍ଦିରର ଶିଖରରେ ମଧ୍ୟ ଧ୍ୱଜାରୋହଣ
କରାଯାଇଛି।
ରାମ ଦରବାରରେ ଦର୍ଶନ ପରେ
ଶ୍ରଦ୍ଧାଳୁମାନଙ୍କୁ ଅଭିବାଦନ
ଦର୍ଶନ–ପୂଜନ ପରେ ଯେତେବେଳେ ରକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମନ୍ଦିର
ବାହାରକୁ ଆସିଥିଲେ, ସେତେବେଳେ ଶ୍ରଦ୍ଧାଳୁମାନେ ‘ଜୟ ଶ୍ରୀରାମ’ ଜୟଘୋଷ ସହ ତାଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ
ଆଦିତ୍ୟନାଥ ହାତ ହଲାଇ ଜନତାଙ୍କ ଅଭିବାଦନ ଗ୍ରହଣ କରିଥିଲେ ଓ ଶିଶୁମାନଙ୍କୁ ସ୍ନେହପୂର୍ବକ
ଆଶୀର୍ବାଦ ଦେଇଥିଲେ। ସମଗ୍ର ପରିସରରେ ଭକ୍ତି ଓ ଉତ୍ସାହର ପରିବେଶ ଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା