ନୂଆଦିଲ୍ଲୀ, ୨୫ ଫେବୃଆରୀ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗୌହାଟୀରେ ଆଡଭାଟେଂଜ ଆସାମ ୨.୦ ନିବେଶ ଏବଂ ଭିତିଭୂମି ଢାଂଚା ଶିଖର ସମ୍ମିଳନୀ ୨୦୨୫ ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଭାଜପା ଶାସନ ସମୟରେ ଆସାମର ଅର୍ଥ ବ୍ୟବସ୍ଥାର ମୂଲ୍ୟ ଦ୍ୱିଗୁଣିତ ହୋଇ ୬ ଲକ୍ଷ କୋଟି ହୋଇଛି । ଏହା ଡ଼ବଲ୍ ଇଞ୍ଜିନ୍ ସରକାରର ପ୍ରଭାବ ଅଟେ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପୂର୍ବ ଭାରତ ଏବଂ ଉତର -ପୂର୍ବ ର ଭୂମି ଆଜି ନୂତନ ଭବିଷ୍ୟତର ଶୁଭାରମ୍ଭ କରିବାକୁ ଯାଉଛି । ଆଡଭାଟେଂଜ ଆସାମ ସାରା ବିଶ୍ୱକୁ ଆସାମର ସମ୍ଭାବନା ଏବଂ ପ୍ରଗତି ସହିତ ଯୋଡିବାର ମହାଅଭିଯାନ ଅଟେ । ଇତିହାସ ସାକ୍ଷୀ ରହିଛି ଯେ, ପୂର୍ବରୁ ମଧ୍ୟ ଭାରତର ସମୃଦ୍ଧିରେ ଇଷ୍ଟର୍ଣ୍ଣ ଇଣ୍ଡିଆର ବହୁତ ବଡ ଭୂମିକା ଥିଲା । ଆଜି ଯେତେବେଳେ ଭାରତ ବିକଶିତ ହେବା ଆଡକୁ ବଢୁଛି ସେତେବେଳେ ପୁଣି ଥରେ ଆମର ଏହି ଉତର-ପୂର୍ବ ନିଜର ସାମର୍ଥ୍ୟ ଦେଖାଇବାକୁ ଯାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜି ଭାରତ ନିଜର ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ମଜବୁତ କରୁଛି । ଆଜି ଭାରତ, ବିଶ୍ୱର ପୃଥକ୍ - ପୃଥକ୍ କ୍ଷେତ୍ର ସହିତ ମୁକ୍ତ ବାଣିଜ୍ୟ ବୁଝାମଣା କରୁଛି । ପୂର୍ବ ଏସିଆ ସହିତ ଆମର କନେକ୍ଟିଭିଟି ଲଗାତାର ସଶକ୍ତ ହେବାରେ ଲାଗିଛି । ଏବଂ ନୂତନ ଭାବେ ତିଆରି ହେଉଥିବା ଭାରତ- ମଧ୍ୟ ପୂର୍ବ -ୟୁରୋପ ଆର୍ôଥକ କରିଡର୍ ମଧ୍ୟ ଅନେକ ନୂତନ ସମ୍ଭାବନା ନେଇ ଆସୁଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ