ମୁଖ୍ୟମନ୍ତ୍ରୀଙ୍କ ଚମ୍ପୁଆ ଗସ୍ତକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
ଚମ୍ପୁଆ, ୨୫ ଫେବ୍ରୁଆରି (ହି.ସ.) - ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଚମ୍ପୁଆ ଗସ୍ତକୁ ନେଇ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ଆସି ସ୍ଥିତି ସମୀକ୍ଷା କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ଆସନ୍ତା ମାସ ୨ ତାରିଖ ଦିନ କ
ମୁଖ୍ୟମନ୍ତ୍ରୀଙ୍କ ଚମ୍ପୁଆ ଗସ୍ତକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା


ଚମ୍ପୁଆ, ୨୫ ଫେବ୍ରୁଆରି (ହି.ସ.) - ଆସନ୍ତା ମାର୍ଚ୍ଚ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଚମ୍ପୁଆ ଗସ୍ତକୁ ନେଇ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଚମ୍ପୁଆ ସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ଆସି ସ୍ଥିତି ସମୀକ୍ଷା କରିଥିବା ଜଣା ପଡିଛି। ସୂଚନା ଅନୁସାରେ, ଆସନ୍ତା ମାସ ୨ ତାରିଖ ଦିନ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଯୋଗଦାନ କରିବାର ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ଆଜି ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ପହଂଚି ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥିତି ସମୀକ୍ଷା ବେଳେ ପ୍ରଶାସନ ପକ୍ଷରୁ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡା, ଚମ୍ପୁଆ ବିଡିଓ ସୃତି ରଞ୍ଜନ ସାହୁ, ବଡବିଲ ତହସିଲଦାର ଡି. ସୁଭଦର୍ଶି ଯୋଶି ଓ ବିଜେପି ନେତା ଶ୍ରୀମନ୍ତ କୁମାର ତ୍ରୀପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ହବି ଦାସ, ସିଦ୍ଧାର୍ଥ କୁମାର ସିଂହ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande