ମାଲକାନଗିରି,୨୫ ଫେବ୍ରୁଆରି (ହି.ସ.) - ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ସଦର ମହକୁମାରେ ପୂର୍ତବିଭାଗ ପକ୍ଷରୁ ରାସ୍ତାର ଉଭୟ ପର୍ଶ୍ୱରେ ଚାଲିଥିବା ଫେବର ବ୍ଲକ କାର?୍ୟ୍ୟ ଦୀର୍ଘ ମାସ ଧରି ଶେଷ ହେବାର ନାମ ନେଉ ନଥିବା ବେଳେ କାର୍ଯ୍ୟ ମନ୍ଥର ଗତି ଓ ନିମ୍ନ ମାନର ଚାଲିଥିବା ଏବଂ କାର୍ଯ୍ୟ ନିମନ୍ତେ ସାମଗ୍ରୀ ଗୁଡିକ ମୁଖ୍ୟ ରାସ୍ତାର ଉପରେ ପଡିରହିଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ରାସ୍ତା ଉପରେ ସମସ୍ତ ସାମଗ୍ରୀ ପଡି ରହିଥିବା ବେଳେ ଅଧା ରାସ୍ତାରେ ଯାତାୟତ ବାଧା ପ୍ରାପ୍ତ ହୋଇଛି। ସେହିପରି ଯାତାୟତରେ ଯାତ୍ରୀ ସମେତ ବହୁ ଯାନ ବାହାନ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ସମୟରେ ରାସ୍ତା ଉପରେ ପଡି ରହିଥିବା ନିର୍ମାଣ ସାମଗ୍ରୀ ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏନେଇ ଅଂଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ସୂଚନା ଥାଉକି ମାଲକାନଗିରି ଜିଲ୍ଲା ମହକୁମା ଠାରୁ ବାଲିମେଳା ସମେତ ପଡୋଶୀ ରାଜ୍ୟ ଆନ୍ଦ୍ରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ହୋଇଥିବା ଫଳରେ ପ୍ରତେକ ଦିନ ବହୁ ଭାରିଯାନ ବାହନ ଉକ୍ତ ରାସ୍ତାଦେଇ ଯାତାୟାତ କରିଥା ନ୍ତି। ହେଲେ ଏହି ରାସ୍ତାରେ ପ୍ରାୟ ୧୮୦୦ମିଟର ଫେବର ବ୍ଲକ କାର୍ଯ୍ୟ ହେଉଥିବା ବେଳେ ଦୀର୍ଘ ଚାରିମାସରୁ ଉର୍ଦ୍ଧ ସମୟ ଲାଗିଥିଲେ ମଧ୍ୟ କାର୍ଯ୍ୟର ମନ୍ଥର ଗତି ନିମନ୍ତେ ସରିବାର ନା ନେଉ ନାହି। ଅପର ପକ୍ଷରେ ରାସ୍ତାର ଅଧାରୁ ଅଧିକ ସ୍ଥାନରେ କାର୍ଯ୍ୟ ସାମଗ୍ରୀ ରଖାଯାଇଥିଲେ ମଧ୍ୟ ଠିକାଦାରଙ୍କ ପକ୍ଷରୁ କୌଣସି ସୁରକ୍ଷା ପାଚେରି କିମ୍ବା କୌଣସି ସଙ୍କେତ ଦିଆଯାଇନଥିବା କାରଣରୁ ବହୁ ଚାଳକ ଅ ସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏପରିକି ଆଜି ମାଲକାନଗିରିରୁ ବାଲିମେଳାକୁ ସଂଯୋଗ କରୁଥିବା ରାସ୍ତା କଡରେ ରାସ୍ତା ପ୍ରଶସ୍ତିକରଣ ପାଇଁ ମାଟି ପକା ଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ ରାସ୍ତାକୁ ଅବରୋଧ କରି ଟ୍ରାକ୍ଟର ଗୁଡିକ ମାଟି ପକାଉଥିବା ବେଳେ ଯାତାୟାତ କରୁଥିବା ଲୋକେ ଏହାର ବିରୋଧ କଲେ ସେମାନଙ୍କୁ ଠିକା ସଂସ୍ଥା ଦ୍ୱାରା ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଆମେ ଆରଆଣ୍ଡବି ବିଭାଗର ମୁଖ୍ୟ ନିର୍ବାହୀ ଯ ନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ ତୁରନ୍ତ ଏନେଇ ଉକ୍ତ ଠିକ ସଂସ୍ଥାକୁ ନୋଟିସ କରିବା ସହ କାର୍ଯ୍ୟର ମାନ ଯାଂଚ ଏବଂ ରାସ୍ତା ଅବରୋଧକୁ ହଟାଇବାକୁ ନିର୍ଦେଶ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଶିବବ୍ରତ /ଭାନୁ
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ