ବଲାଙ୍ଗିର, 25 ଫେବ୍ରୁଆରି (ହି.ସ.)
ଆସନ୍ତାକାଲି ହେଉଛି ପ୍ରଭୁ ଧବଳେଶ୍ଵରଙ୍କ ମହା ଶିବରାତ୍ରି । ସେଥିପାଇଁ ଜୋରସୋର୍ରେ ପ୍ରସ୍ତୁତି ଚାଲିଥିବା ବେଳେ ଦୁଇ ଦିନ ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଜାଗର ଦିନ ଗୋଟିଏ ଦିନ ପାଇଁ ଦେଶି ଓ ବିଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଯେହେତୁ ଟିଟିଲାଗଡ଼କୁ ବହୁ ଦୂର ଦୁରାନ୍ତରୁ ଭକ୍ତ ଓ ଜନ ସାଧାରଣ ଦର୍ଶନ ସହ ଜାଗର ଜାଳିବା ପାଇଁ ଆସିଥାନ୍ତି ତଥା ସେହିଦିନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ସେଥିପାଇଁ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ । ଫଳସ୍ୱରୂପ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ଅର୍ଡର ନମ୍ବର ୪୧୬/୨୫ ଜାରି କରିଛନ୍ତି ଯେ, ଶିବରତ୍ରୀ ଉପଲକ୍ଷେ ଗୋଟିଏ ଦିନ ପାଇଁ ଅଞ୍ଚଳର ସମସ୍ତ ମଦ ଦୋକାନ ବନ୍ଦ ରହିବା ସହ ବିକ୍ରି ନିଷେଧ । ଯାହାକି ଟିଟିଲାଗଡ଼ ମହାଶିବରାତ୍ରୀରେ ପ୍ରଥମ ଥର ପାଇଁ ଲାଗୁ କରାଯାଇଛି । ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ତଥା ଜନ ସାଧାରଣଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । ଜନ ସାଧାରଣ ବିଧାୟକ ନବୀନ ଜୈନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ