ଜୟପୁର, ୨୫ ଫେବ୍ରୁଆରି (ହି.ସ.) - ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ସଂସ୍ଥାନ (ଡି ଆଇ ଇ ଟି) ତରଫରୁ ଡି ଆଇ ଇ ଟିର ଅଡିଟୋରିଅମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଉକ୍ତ ଶିବିରକୁ ମହାବିଦ୍ୟାଳୟର ଅଧକ୍ଷ ରୁପଚନ୍ଦ୍ର ସୋରେନ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥଲେ। ୱାଇଆରସି ର କାଉନସିଲର ବରିଷ୍ଠ ଶିକ୍ଷୟତ୍ରୀ ସୁଭସ୍ମିତା ଦାସ ଏହି ଶିବିର ପରିଚାଳନା କରିଥିଲେ। ଓଡିଶା ବ୍ଲଡ଼ ସେଂଟର ଶହିଦ ଲକ୍ଷ୍ମଣ ନାୟକ ଭେଷଜମହାବିଦ୍ୟାଳୟ ଓ ହସପିଟାଲର ବ୍ଲଡ଼ ସେଂଟର ଅଧିକାରୀ ଡ଼ାଃ ମଧୁସୂଦନ ବଳିଆର୍ସିଂ ଓ ତାଙ୍କ ଟିମ୍ ଭି ଗଙ୍ଗାଧର, ରବୀନ୍ଦ୍ର ୫୧ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ସୁଭସ୍ମିତକ୍ଷ ଦାସ ଓ ବ୍ରହ୍ମା ଦେବ୍ ଟୁଡୁଙ୍କ ସମେତ ଡି ଆଇ ଇ ଟି ର ସମସ୍ତ ଶିକ୍ଷକ ଓ ରକ୍ତଦାତା ମହାସଂଘର ପ୍ରମୋଦ ରାଉଳ ଏବଂ ନିରଂଜନ ପାଣିଗ୍ରାହୀ ଶିବିର ପରିଚାଳନା କରିଥିଲେ। ଉକ୍ତ ଶିବିରରୁ ସର୍ବମୋଟ୍ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିଲା ସେ ମଧ୍ୟରୁ ୪୧ଜଣ ପ୍ରଥମଥର ପାଇଁ ଆଜି ରକ୍ତଦାନ କରିଥଲେ। ଉକ୍ତ ଶିବିର ନିମନ୍ତେ ଗତକାଲି ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷରୁ ନିରଞ୍ଜନ ପାଣିଗ୍ରାହୀ ଓ ପ୍ରମୋଦ କୁମାର ରାଉଳ ସମ୍ମାନିତ ଅତିଥିଭାବରେ ଯୋଗଦେଇ ସାଂପ୍ରତିକ ପରିସ୍ଥିତିରେ କିପରି ବହୁ ସଂଖ୍ୟାରେ ସଡ଼କ ଦୁର୍ଘଟଣା ଜନିତ ଏମର୍ଜେନ୍ସି ସମୟରେ ରକ୍ତ ଅଭାବ ଯୋଗୁଁ କିପରି ବହୁ ଅମୂଲ୍ୟ ଜୀବନ ଚଳିଯାଇଥକ୍ଷଏ ତଥା ସିକିଲ ସେଲ, ଥାଲାସେମିଆ, ଗର୍ଭବତୀ ମହିଳା ଓ କ୍ୟାନସର ରୋଗୀଙ୍କ ନିମନ୍ତେ ରକ୍ତଦାନ ପାଇଁ ପ୍ରବର୍ତାଇଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଫେଡେରେସନ ଅଫ ବ୍ଲଡ଼ ଡୋନର ଅର୍ଗାନାଇଯେସନ ଅଫ ଓଡ଼ିଶା ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ