କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡାର ନୂତନ ଏସଡିପିଓ ଭାବେ ବରିଷ୍ଠ ପୋଲିସ ଅଧିକାରୀ ଜ୍ୟୋତି ରଂଜନ ଗୈାଡ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ସେ ପୂର୍ବରୁ କଟକ ମୁଖ୍ୟାଳୟ ରେ ଏଚଆରପିସି ଡିଏସପି ଭାବେ କାର୍ଯ୍ୟରତ ଥିଲେ । ଏଠାରେ ପୂର୍ବରୁ ଥିବା ଏସଡିିପିଓ ଦେବେନ୍ଦ୍ର କୁମାର ମଲିକ କୋରାପୁଟ ର ନନ୍ଦପୁର ଏସଡିପିଓ ଭାବେ ବଦଳି ହୋଇଥିବାରୁ ଶ୍ରୀ ଗୈାଡ ତାଙ୍କ ସ୍ଥାନରେ ମଙ୍ଗଳବାର ଏସଡିପିଓ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସର ରେ ତାଙ୍କୁ ରଂଜନ କୁମାର ସାହୁ, ଦୁର୍ଗାପ୍ରସାଦ ପତି, ସନ୍ତୋଷ ପୋଥାଳ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଅଭିନନ୍ଦନ ଜଣଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି