ଚୋରା ଚାଲାଣ ବେଳେ ମଇଁଷି ବୋଝେଇ ପିକଅପ ଜବତ
ଚମ୍ପୁଆ, 26 ଫେବ୍ରୁଆରି (ହି.ସ.) ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ପ୍ରତାପପଶି ଠାରେ ଏକ ମଇଁଷି ବୋଝେଇ ପିକଅପକୁ ଜବତ କରାଯାଇ ସେଥିରେ ଥିବା ୬ ଟି ମଇଁଷିକୁ ଉଦ୍ଧାର କରାଯିବା ସହ ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ଭୋର ସକାଳେ ଏକ
ଚୋରା ଚାଲାଣ ବେଳେ ମଇଁଷି ବୋଝେଇ ପିକଅପ ଜବତ


ଚମ୍ପୁଆ, 26 ଫେବ୍ରୁଆରି (ହି.ସ.) ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ପ୍ରତାପପଶି ଠାରେ ଏକ ମଇଁଷି ବୋଝେଇ ପିକଅପକୁ ଜବତ କରାଯାଇ ସେଥିରେ ଥିବା ୬ ଟି ମଇଁଷିକୁ ଉଦ୍ଧାର କରାଯିବା ସହ ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା

ସୂଚନା ଅନୁସାରେ ଆଜି ଭୋର ସକାଳେ ଏକ ପିକଅପ୍ ଗାଡ଼ି (ନଂ ବିଆର୦୧ଜିକେ ୭୮୬୫)ର ଦୁଇଟି ଯାକ ପଛ ଚକା ପଙ୍କଚର ହୋଇ ଯାଇଥିବା ସତ୍ତ୍ବେ ଦୃତ ଗତିରେ ରିମୁଳି ଛକ ଦେଇ ଚମ୍ପୁଆ ଅଭିମୁଖେ ଯାଉଥିବା ଦେଖି କିଛି ଯୁବକ ଉକ୍ତ ପିକଅପକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ପିକଅପ୍ ଗାଡ଼ି ଡ୍ରାଇଭର ଗାଡ଼ି ଅଟକାଇ ନ ଥିଲା । ଏହା ଦେଖି ସ୍ଥାନୀୟ ଯୁବକ ମାନେ ଉକ୍ତ ଗାଡ଼ିକୁ ପିଛା କରି ୨୦ ନଂ ଜାତୀୟ ରାଜପଥ ପ୍ରତାପପଶି ନିକଟରେ ଅଟକାଇ ଥିଲେ। ଗାଡ଼ିରେ ୬ ଟି ମଇଁଷିକୁ ବୋଝେଇ କରି ନିଆ ଯାଉଥିବା ଦେଖି ଯୁବକ ମାନେ ଉକ୍ତ ଗାଡ଼ି ଓ ଡ୍ରାଇଭରକୁ ଆଣି ରିମୁଳି ଫାଣ୍ଡିରେ ଜିମା ଦେଇଥିଲେ। ମଇଁଷି ଗୁଡିକୁ ଯାଜପୁର ଅଞ୍ଚଳରୁ ଝାଡଖଣ୍ଡକୁ ଚାଲାଣ କରା ଯାଉଥିବା ଜଣା ପଡିଛି । ଚମ୍ପୁଆ ପୋଲିସ କେସ ନଂ ୩୭/୨୫ ରୁଜୁ କରି ଗାଡିର ଡ୍ରାଇଭର ଚାଇଁବସାର ଶନି ଯାଦବ (୨୨) କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । କିଛି ଦିନ ତଳେ ଗୋରୁ ଚାଲାଣ ବେଳେ ରିମୁଳି ଛକରେ ଦୁଇଟି ଗାଡିକୁ ଜବତ କରାଯାଇ ୧୧ ଟି ଗୋରୁଙ୍କୁ ଉଦ୍ଧାର କରା ଯାଇଥିଲା । ତେବେ ସୀମାନ୍ତ ଦେଇ ଦିନକୁ ଦିନ ବେଆଇନ ଗୋ ବଂଶ ଚାଲାଣ ବୃଦ୍ଧି ପାଉଥିବାରୁ ଚମ୍ପୁଆ ପୋଲିସ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ପଶୁପ୍ରେମୀ ମାନେ ଦାବୀ କରିଛନ୍ତି। ଉଦ୍ଧାର ପରେ ମଇଁଷି ଗୁଡ଼ିକୁ ବଡବିଲ ଠାରେ ଥିବା ଗୋଶାଳାକୁ ପଠାଇ ଦିଆ ଯାଇଥିବା ନେଇ ରିମୁଳି ଫାଣ୍ଡି ଅଧିକାରୀ ସନ୍ତୋଷ କୁମାର ନାଏକ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande