ଚନ୍ଦ୍ରଶେଖର ବାବା ଙ୍କ ମାହା ଶିବରାତ୍ରି ଜାଗର ମେଳା ପାଇଁ ଭକ୍ତ ଙ୍କ ସମାଗମ
ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.) ଆଜି ବଲାଙ୍ଗିର ଚନ୍ଦ୍ର ଶେଖର ନଗର ସ୍ଥିତ ଚନ୍ଦ୍ରଶେଖର ବାବା ଙ୍କ ମାହା ଶିବରାତ୍ରି ଜାଗର ମେଳା ମହା ସମାରୋହରେ ଅନୁଷ୍ଟିତ ହୋଇ ଯାଇଛି। ପ୍ରାତଃ ୪ ଟା ରୁ ଜାଗର ପାଇଁ ମାନସିକ ଧାରୀ ସମେତ ଶ୍ରାଦ୍ଧକୁ ମାନେ ବାବାଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ରେ ଜାଇ ବାବାଙ୍କ ଦର
ଚନ୍ଦ୍ରଶେଖର ବାବା ଙ୍କ ମାହା ଶିବରାତ୍ରି ଜାଗର ମେଳା ପାଇଁ ଭକ୍ତ ଙ୍କ ସମାଗମ


ଚନ୍ଦ୍ରଶେଖର ବାବା ଙ୍କ ମାହା ଶିବରାତ୍ରି ଜାଗର ମେଳା ପାଇଁ ଭକ୍ତ ଙ୍କ ସମାଗମ


ବଲାଙ୍ଗିର, 26 ଫେବ୍ରୁଆରି (ହି.ସ.)

ଆଜି ବଲାଙ୍ଗିର ଚନ୍ଦ୍ର ଶେଖର ନଗର ସ୍ଥିତ ଚନ୍ଦ୍ରଶେଖର ବାବା ଙ୍କ ମାହା ଶିବରାତ୍ରି ଜାଗର ମେଳା ମହା ସମାରୋହରେ ଅନୁଷ୍ଟିତ ହୋଇ ଯାଇଛି। ପ୍ରାତଃ ୪ ଟା ରୁ ଜାଗର ପାଇଁ ମାନସିକ ଧାରୀ ସମେତ ଶ୍ରାଦ୍ଧକୁ ମାନେ ବାବାଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ରେ ଜାଇ ବାବାଙ୍କ ଦର୍ଶନ ସହିତ ପୂଜା ଅର୍ଚ୍ଚନା କରିଥିଲେ। ସାନ୍ଧ୍ୟ ୭ ଘଟିକା ରୁ ଭଜନ କୀର୍ତ୍ତନ ଅନୁଷ୍ଟିତ ହୋଇ ଥିଲା। ମାନସିକ ଧାରୀ ମାନେ ସକାଳ ପ୍ରହର ରୁ ଜାଗର ଜାଳି ମନ୍ଦିର ବେଢ଼ା ରେ ବସି ରହିଥିଲେ। ରାତ୍ରି ୯ ଘଂଟା ୪୦ ମିନିଟ ରେ ମହା ଦୀପ ଉଠା ଯିବା କାର୍ଯ୍ୟକ୍ରମ ସହିତ ରାତ୍ରି ଜାଗରଣ ର କାର୍ଯ୍ଯ କ୍ରମ ରହିଚି। ବ୍ୟବସ୍ଥିତ ଭବାରେ ଦର୍ଶନ ଓ ପୂଜା ପରିଚାଳନା ପାଇଁ ପୁଜା କମିଟି ସଦସ୍ୟ ମାନେ ବିଭିନ୍ନ ଦାୟିତ୍ଵ ନେଇ କାମ କରୁଥିବା ନେଲେ ବିଜୟ କୁମାର କେଜ୍ରିୱାଲ ପ୍ରକାଶ କେଜ୍ରିୱାଲ ପାରିବାର ବର୍ଗ ସବୁ କମ ତଦାରଖ କରୁଥିବା ଦେଖା ଯାଉଥିଲା। ସମସ୍ର ଭକ୍ତ ଙ୍କୁ ପାଦୁକା ପ୍ରସାଦ ଯେପରି ପାଇ ପାରିବେ ସେଥିପାଇଁ ବ୍ୟବସ୍ଥା ହୋଇ ଥିଲା।

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande