ଫୁଲବାଣୀ ସମେତ ସମଗ୍ର କନ୍ଧମାଳରେ ମହାଶିବରାତ୍ରି ବହୁ ଆଡମ୍ବରରେ ପାଳିତ
Mahasibaratri news and photo from Phulbani
ଫୋଟ


ଫୋଟ ୨


କନ୍ଧମାଳ , ୨୬ ଫେବ୍ରୁଆରି (ହି.ସ.) ପବିତ୍ର ମହାଶିବରାତ୍ରି ଜାଗର ପର୍ବ ଅବସରରେ ଫୁଲବାଣୀ ସହର ଏବଂ ସମଗ୍ର କନ୍ଧମାଳ ଜିଲ୍ଲାର ସମସ୍ତ ଶୈବପୀଠ ଯାତ୍ରା ମୁଖର ହୋଇ ଯାଇଛି। ଆଜି ସକାଳୁ ଫୁଲବାଣୀ ନଦିଖଣ୍ଡି ସାହିର ଶ୍ରୀ ରାମେଶ୍ବର ମନ୍ଦିର ରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ତେଣୁ ଶୃଙ୍ଖଳା ରକ୍ଷା କରିବା ପାଇଁ ମନ୍ଦିରରେ ପୋଲିସ୍ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ହୋଇଥିଲା।ପ୍ରତି ବର୍ଷ ଚଳିତ ବର୍ଷ ମଧ୍ୟ ମେଶ୍ଵର ମନ୍ଦିର ପରିଚାଳନା କମିଟି ପକ୍ଷରୁ ମହା ଶିବରାତ୍ରି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ର ଆୟୋଜନ କରାଯାଇଛି। ଏଥିରେ ଫୁଲବାଣୀ ଏବଂ ଆଖପାଖ ଅଞ୍ଚଳର ୯ ଟି କୀର୍ତ୍ତନ ଥଳ ଯୋଗ ଦେଇଥିଲେ। ସାହିର ପୁରାତନ ବାସିନ୍ଦା ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା କର୍ତ୍ତା ଭାବରେ ଯଥା ରୀତି କାର୍ଯ୍ୟ ସମ୍ପାଦନ କରିବା ପରେ କୀର୍ତ୍ତନ ମଣ୍ଡଳୀ ନାମ କୀର୍ତ୍ତନ ଆରମ୍ଭ କରିଥିଲେ। ଯାତ୍ରା ପରିଚାଳନା କମିଟି ର ସଭାପତି ବବ୍ରୁବାହାନ ବେହେରାଙ୍କ ପରିଚାଳନା ରେ, ଅବନୀ ଜାନୀ,କମଳ ବେହେରା, ରଞ୍ଜିତ ବେହେରା, ଦିଲ୍ଲିପ ବେହେରା ଏବଂ ବିନାୟକ ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ। ଏହି ଅବସର ଦୁଇ ଦିନ ଧରି ଅନ୍ନ ଭୋଜନ ବ୍ଯବସ୍ଥା ହୋଇଥିଲା। ସେହିପରି ଫୁଲବାଣୀ ସାହି ର ଶିବ ମନ୍ଦିର, ଏଫସିଆଇ ଛକ ମହାକାଳେଶ୍ଵର ମନ୍ଦିର, ସାଲୁଙ୍କି ସାହି ର ଶୈବ ପୀଠ,କଲେଜ ନିକଟ ରେ ଥିବା ଶିବ ମନ୍ଦିର ସମେତ ଅନ୍ୟ ସମସ୍ତ ଶିବ ମନ୍ଦିର ରେ ମହା ଶିବରାତ୍ରି ପାଳନ କରାଯିବା ସହ ହଜାର ହଜାର ଭକ୍ତ ମାନେ ପୂଜା ଅର୍ଚ୍ଚନା ଓ ଜାଗର ଜାଳି ଥିଲେ। ସେହିଭଳି ଜିଲ୍ଲାର ଚକାପାଦ ବିରୁପାକ୍ଷ ମନ୍ଦିର, ତୁମୁଡିବନ୍ଧ ର ଜଲେଶପେଟା ଜଳେଶ୍ଵର, ଟିକାବାଲି ଡୁଙ୍ଗି ମନ୍ଦିର,ଲାଇନପଡା ଶିବ ମନ୍ଦିର ସମେତ ସମସ୍ତ ଶୈବପୀଠ ରେ ବହୁ ଆଡମ୍ବରରେ ମହା ଶିବରାତ୍ରି ପର୍ବ ପାଳନ ହୋଇଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande