ମହିଳାଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବଢ଼ି , ଜୀବିକା ମିଶନ ଦେଇଛି ରୋଜଗାର କ୍ଷେମ ହେବାର ସୁଯୋଗ
ମାଲକାନଗିରି,୨୬ ଫେବ୍ରୁଆରି (ହି.ସ.) ସ୍ଵୟଂସହାୟକ ଗୋଷ୍ଠୀ ଦେଖାଇଛି ପ୍ରଗତିର ବାଟ । ମହିଳା ମାଆ ମାନଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବଢ଼ି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଦ୍ମଶ୍ରୀ ସ୍ଵୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍
ମହିଳାଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବଢ଼ି , ଜୀବିକା ମିଶନ ଦେଇଛି ରୋଜଗାର କ୍ଷେମ ହେବାର ସୁଯୋଗ


ମାଲକାନଗିରି,୨୬ ଫେବ୍ରୁଆରି (ହି.ସ.)

ସ୍ଵୟଂସହାୟକ ଗୋଷ୍ଠୀ ଦେଖାଇଛି ପ୍ରଗତିର ବାଟ । ମହିଳା ମାଆ ମାନଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବଢ଼ି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଦ୍ମଶ୍ରୀ ସ୍ଵୟଂସହାୟକ ଗୋଷ୍ଠୀ ମହିଳାଙ୍କୁ ସ୍ୱାବଲମ୍ବୀ କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବଢ଼ି । ଘରର ଆର୍ଥିକ ସ୍ୱଚ୍ଛଳତା ବଢେଇବା ସହିତ ସମାଜରେ ଏକ ସତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ସାଧାରଣ ମହିଳା ମାନେ । ମିଶନ ଶକ୍ତି , ଜୀବିକା ମିଶନ ମାଧ୍ୟମରେ ପାଇଛନ୍ତି ରୋଜଗାର କ୍ଷେମ ହେବାର ସୁଯୋଗ । ଜୀବିକା ମିଶନ ମାଧ୍ୟମରେ ପାଇଥିବା ୫୦ ହଜାର ରାଶି ରେ ଆରମ୍ୱ କରିଛନ୍ତି ଏହି ବ୍ୟବସାୟ । ପ୍ରଥମେ ୧୪ ଜଣ ସଦସ୍ୟଙ୍କୁ ନେଇ ଗଠନ ହୋଇଥିଲା ଏହି ସ୍ଵୟଂସହାୟକ ଗୋଷ୍ଠୀ ପରେ ଅନ୍ୟ ମହିଳା ମାନେ କାମ ପ୍ରତି ଆକୃଷ୍ଟ ହୋଇଥିଲେ । ପ୍ରଥମେ ଏହି ମହିଳା ମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀକୁ ନିଜ ଅଞ୍ଚଳରେ ବିକ୍ରି କରିବାର ଲକ୍ଷ ରଖିଥିବା ବେଳେ ଏହାର ଚାହିଦା ବଢ଼ିଲେ ବାହାର ଅଞ୍ଚଳରେ ମଧ୍ୟ ବିକ୍ରି ପାଇଁ ପଠେଇବେ ବୋଲି ସେମାନେ କହିଛନ୍ତି । ପ୍ରତିଦିନ ମହିଳା ମାନେ ୩ ରୁ ୪ ଘଣ୍ଟା ଯାଏ ପରିଶ୍ରମ କରି ବଢ଼ି ପ୍ରସ୍ତୁତ କରୁଛନ୍ତି । ଜୀବିକା ମିଶନ ରୁ ସହାୟତା ମିଳିବା ପରେ ଅଧିକ ମାତ୍ରାରେ ଏହି ସାମଗ୍ରୀ ତିଆରି କରିପାରୁଛନ୍ତି । ଆଉ ମାସକୁ ପାଖାପାଖି ୫୦ ହଜାର ରୁ ଅଧିକ ଟଙ୍କା ରୋଜଗାର କରିବାର ଲକ୍ଷ ରଖିଥିବା ବେଳେ ଏମାନେ ଏବେ ନିଜ ଘର ଚଳାଇବାକୁ ସକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande