ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଜଣେ ଯୁବକ ଗିରଫ
ମାଲକାନଗିରି , 26 ଫେବ୍ରୁଆରି (ହି.ସ.) ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ପାଲଟିଛି ଗର୍ଭବତୀ । କେବଳ ଗର୍ଭବତୀ ନୁହେଁ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପ
ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ କରିବା ଘଟଣାରେ ଜଣେ ଯୁବକ ଗିରଫ


ମାଲକାନଗିରି , 26 ଫେବ୍ରୁଆରି (ହି.ସ.)

ଆବାସିକ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପାଠ ପଢି ଭବିଷ୍ୟତ ଗଢିବାକୁ ଆସିଥିବା ନିରୀହ ଛାତ୍ରୀ ପାଲଟିଛି ଗର୍ଭବତୀ । କେବଳ ଗର୍ଭବତୀ ନୁହେଁ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ଚକିତ କରିଛି । ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ବିଦ୍ୟାଳୟରେ ଘଟିଛି ଏହି ଘଟଣା ଘଟିଛି ।୧୦ ଶ୍ରେଣୀର ଜଣେ ଛାତ୍ରୀ ଗର୍ଭବତୀ ଥିବା ବେଳେ ପରୀକ୍ଷା ଦେଇ ସ୍କୁଲ ହଷ୍ଟେଲକୁ ଫେରିବା ପରେ ଜନ୍ମ କରିଛନ୍ତି ପିଲା । ହେଲେ ସ୍କୁଲ ଚାରି କାନ୍ଥ ଭିତରେ ଏହିଭଳି ଲଜ୍ୟା ଜନକ ଘଟଣା କେମିତି ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା୍ବେଳେ ଛାତ୍ରୀଙ୍କୁ ଗର୍ଭବତୀ କରିଥିବା ଜଣେ ଯୁବକ ଙ୍କୁ ଚିତ୍ରକୋଣ୍ଡା ପୋଲିସ କେସ ନମ୍ବର . ୪୩ ୨୫/୨/୨୫ତାରିଖ ,ଅଣ୍ଡର ସେକ୍ସନ ୬୪(୨)ଏମ /୬୫(୧)ବିଏନଏସ /ଆର ଡବ୍ଲୁ ସେକ୍ସନ ୬/୨୧ପୋଷ୍କ ଆକ୍ଟ ୨୦୧୨ଅନୁଯାଇ ଚିତ୍ରକୋଣ୍ଡା ଥାନା ଦିଶାରୀଗୁଡା ଗ୍ରାମର ୨୨ବର୍ଷୀୟ ଯୁବକ ସୁଶାନ୍ତ ଖିଲ କୁ ଗିରଫ କରିଛନ୍ତି!

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande