େନ୍ଦ୍ରାପଡା26 ଫେବ୍ରୁଆରି (ହି.ସ.) ମହା ଶିବରାତ୍ରୀ ଓ ଜାଗର ଓଷା ଉପଲକ୍ଷେ ପୈାରାଂଚଳ ରେ ଥିବା ବିଭିନ୍ନ ଶୈବପୀଠ ଗୁଡିକ ଭକ୍ତ ଶ୍ରଦ୍ଧାଳୁଙ୍କ ସମାବେଶ ଦିନଯାକ ଲାଗି ରହିଛି । ଗୋପ ଗ୍ରାମର ଶ୍ରୀ ଅମରେଶ୍ୱର ମହାଦେବ, କଜଳା ବେଢେଶ୍ୱର ମହାଦେବ, ଇଛାପୁର ରେ ଥିବା ଦେଉଳେଶ୍ୱର ମହାଦେବଙ୍କ ସମେତ ପ୍ରାୟ ପ୍ରତି ଶିବ ମନ୍ଦିର ରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଗହଳି ସହ ସ୍ୱତନ୍ତ୍ର ପୂଜାପାଠ, ଅଭିଷେକ, ହୋମଯଜ୍ଞ ଅଦି ପୂଜା ଅନୁଷ୍ଠାନ ଦେଖିବାକୁ ମିଳିଛି । ସକାଳୁ ଠାକୁରଙ୍କ ଦୈନିକ ନୀତିକାନ୍ତି ଓ ସେବାପୂଜା ପରେ ଓଷେଇତି ମାନଙ୍କ ଗହଳି ପରିବେଶ କୁ ଭକ୍ତିମୟ କରି ଦେଇଛି । ବିଭିନ୍ନ ଶିବ ମନ୍ଦିରରେ ଦୀପ ଜାଳି ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରୁଥିବା ଦେଖିବାକୁ ମିଳିଛି । ପ୍ରସିଦ୍ଧ ଶିବ ମନ୍ଦିର ଗୋପ ଅମରେଶ୍ୱର ମହାଦେବଙ୍କ ପୀଠରେ ବିଳମ୍ବିତ ରାତିରେ ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାଇ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ମନ୍ଦିରରୁ ବାହାରି ବିମାନ ଆରୋହଣ ପୂର୍ବକ ଗୋପ ଅମରେଶ୍ୱରଙ୍କ ପୀଠକୁ ଆସିବା ପରେ ହରିହର ଭେଟ ହୋଇଥାଏ । ସେଠାରେ ଆଳତୀ ଓ ଅନ୍ୟାନ୍ୟ ପୂଜାକ୍ରମ ପରେ ଶ୍ରୀଜୀଉଙ୍କ ବିମାନ ମନ୍ଦିରକୁ ପ୍ରତ୍ୟାବର୍ତନ କରିବା ପରେ ମହାଦୀପ ଉଠିଥାଏ । ଏହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପ୍ରାୟ ମଧ୍ୟରାତ୍ରୀ ୨ଟା ପର୍ଯ୍ୟନ୍ତ ମନ୍ଦିର ପରିସର ରେ ସମବେତ ହୋଇଥିଲେ ପୋଲିସ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ମୁତୟନ କରା ଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ରବି