କେନ୍ଦ୍ରାପଡ଼ା, ୨୦ ମାର୍ଚ୍ଚ(ହି.ସ.) – କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଳି ଶାଖାରେ ଚେକ୍ରେ ଜାଲ ଦସ୍ତଖତ ମାଧ୍ୟମରେ ଟଙ୍କା ଉଠାଣ ହୋଇଥିବା ଦୁର୍ନିତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଭୂଇଁପୁର ପ୍ରାଥମିକ କୃଷି ସମବାୟ ସମିତିର ପଞ୍ଜିକୃତ ସଭ୍ୟ ସଭ୍ୟାମାନେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଚେକରେ ଜାଲ ଦସ୍ତଖତ କରି ମାତ୍ରାଧିକ ଟଙ୍କା ହଡପ ହୋଇଥିବା ଚାଷୀମାନେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅଭିଯୋଗ କରିଥିଲେ । ଶାଖା ପରିଚାଳକ ଚାଷୀ ମାନଙ୍କୁ ସନ୍ତୋଷ ଜନକ ଉତର ଦେଇ ନପାରିବାରୁ ଶତାଧିକ ଚାଷୀ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଦୁର୍ନିତିର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୈାମେନ୍ଦ୍ର ସେଠୀ, ସନାତନ ସେଠୀ, ସୁରେନ୍ଦ୍ର ପାତ୍ର, ସୁବ୍ରତ ଦାସ, ଅନିରୁଦ୍ଧ ମଲିକ ପ୍ରମୁଖ ଜିଲ୍ଲାପାଳ ଓ ଡିଆରସିଏସ୍ଙ୍କୁ ଅଭିଯୋଗ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି