ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ
ବଲାଙ୍ଗିର, 8 ମେ (ହି.ସ.) ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସ ର ମହନୀୟତା ସମ
ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ


ବଲାଙ୍ଗିର, 8 ମେ (ହି.ସ.)

ବଲାଙ୍ଗିର ଜିଲ୍ଲା ରେଡକ୍ରସ ଶାଖା ପକ୍ଷରୁ ହରିଶଂକର ଠାରେ ବିଶ୍ଵ ରେଡ଼କ୍ରସ ଦିବସ ୨୦୨୫ ପାଳନ କରାଯାଇଛି। ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରା ରେଡ଼କ୍ରସ ପତାକା ଉତ୍ତୋଳନ କରି ସାର ଜନ ହେନେରୀ ଦୁନାଣ୍ଟ ଙ୍କ ଜୀବନୀ ତଥା ରେଡକ୍ରସ ଦିବସ ର ମହନୀୟତା ସମ୍ପର୍କ ରେ ଉପସ୍ଥିତ ଲୋକଙ୍କୁ ଆଲୋକପାତ କରିଥିଲେ। ଏହାପରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବଲାଙ୍ଗୀର ଙ୍କ ସହାୟତାରେ ହରିଶଂକର ପରିସର ସଫେଇ କରାଯାଇଥିଲା । ଏହା ପରେ ପଲିଥିନ ବର୍ଜନ ପାଇଁ ସଚେତନତା ରାଲି ଓ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ସେଠୀ, ପାଟଣାଗଡ଼ ଉପଜିଲ୍ଲାପାଳ ସୁନିଲ ମେହେର , ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର , ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ଷଡଙ୍ଗୀ , ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ , ବଲାଙ୍ଗୀର,ବନରକ୍ଷକ ଖପ୍ରାଖୋଲ ଏବଂ ବହୁ କର୍ମଚାରୀ, ଛାତ୍ରଛାତ୍ରୀ ତଥା ଜୁନିଅର ରେଡକ୍ରସ ଓ ଯୁବ ରେଡକ୍ରସ ସହ ସମ୍ବନ୍ଧିତ ଶିକ୍ଷକ-ଅଧ୍ୟାପକ, ରେଡକ୍ରସ ସ୍ଵେଚ୍ଛାସେବୀ ତଥା ସଭ୍ୟ , ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ କେଡିଆ ସଭାକାର୍ଯ୍ୟ ରେ ଯୋଗ ଦେଇଥିଲେ । ଜିଲ୍ଲା ଶାଖା ସମ୍ପାଦିକା ଜିଲ୍ଲା ଶାଖା ତରଫରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ହରିଶଂକର ମହୋତ୍ସବ ରେ ରେଡକ୍ରସ ସ୍ଵେଚ୍ଛାସେବୀ ମାନଙ୍କ ଦ୍ୱାରା ସାମାଜିକ ସେବା ଯୋଗାଇ ଦିଆଯିବ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande