ଘଟଗାଁ, ୧ଜୁନ (ହି.ସ.) - ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଣୀ ଅହଲ୍ୟା ବାଇ ହୋଲକର ଙ୍କ ୩୦୦ ତମ ଜନ୍ମଜୟନ୍ତୀ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାତୃଶକ୍ତି ସଂଗଠନର କ୍ଷେତ୍ର ସଂଯୋଜିକା ଝରଣା ଜେନା, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା,ଜିଲ୍ଲା ଉପସଭାପତି ଅଗନୁ ମହାନ୍ତ ଏବଂ ଅସୀମା ମିଶ୍ର, ଜିଲ୍ଲା ସମ୍ପାଦିକା କଳ୍ପନା ରାଉତ ଏବଂ ସମ୍ପାଦକ ଶିବକୁମାର ରାଠୋର, ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ମମିତ ନାଏକ,ଏକଲ୍ୟ ବିଦ୍ୟାଳୟ ର ପଦ୍ମିନୀ ମହାନ୍ତ ତଥା ଏହି କାର୍ଯ୍ୟକ୍ରମର ସହସଂଯୋଜିକା ଚପଳା ମହାକୁଡ଼ ମଂଚାସିନ ହୋଇ ରାଣୀ ଅହଲ୍ୟା ବାଇଙ୍କ ଜୀବନି ସମ୍ପର୍କରେ ବିଶେଷ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତା ଏବଂ ନାରୀ ନେତ୍ରୀ ମାନେ ଉପସ୍ଥିତ ରହି ରାଣୀ ଅହଲ୍ୟା ବାଇଙ୍କ ଜୀବନି ସମ୍ବନ୍ଧରେ ବିସ୍ତୃତ ବିଷୟ ଜାଣି ଉତ୍ସାହିତ ହେବା ସହିତ ପ୍ରେରଣା ପାଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ