ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)
- ସହିଦ ଦିବସରେ ବୀର ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର
ମହାପାତ୍ର । ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଦେଶମାତୃକାର ସୁରକ୍ଷା ଓ
ଅଖଣ୍ଡତା ପାଇଁ ନିଜ ପ୍ରାଣକୁ ଆହୁତି ଦେଇଥିବା ମହାନ୍ କ୍ରାନ୍ତିକାରୀ ବୀର ଶହୀଦ ଭଗତ ସିଂ,
ରାଜଗୁରୁ
ଓ ସୁଖଦେବଙ୍କୁ 'ଶହୀଦ ଦିବସ'ରେ ଶତ ଶତ ପ୍ରଣାମ l
ସେମାନଙ୍କର ସଂଗ୍ରାମ, ବୀରତ୍ୱ,
ତ୍ୟାଗ
ଓ ସାହସ ସର୍ବଦା ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ ବୋଲି ମନ୍ତ୍ରୀ କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା