ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)
- ସହିଦ ଦିବସରରେ ସହିଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଦେଶ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଭାରତ ମାତାର ବୀର
ସୁପୁତ୍ର ଶହୀଦ ଭଗତ ସିଂ, ରାଜଗୁରୁ ଓ ସୁଖଦେବଙ୍କୁ ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି ଜଣାଉଛି।
ଦେଶର ସୁରକ୍ଷା, ଅଖଣ୍ଡତା ଏବଂ ସ୍ଵାଧୀନତା ପାଇଁ ତାଙ୍କର ବଳିଦାନ ଯୁଗ ଯୁଗ
ପାଇଁ ପ୍ରେରଣାଦାୟୀ ହୋଇ ରହିବ ବୋଲି ମନ୍ତ୍ରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା