ନବ ଦାସ ହତ୍ୟାକାଣ୍ଡ , ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ନବ ଦାସ ହତ୍ୟାକାଣ୍ଡ, ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍ । ପାଞ୍ଚଦିନ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଚାଲିଥିଲା ସାନି ତଦନ୍ତ । କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ କରୁଥିଲା
ନବ ଦାସ ହତ୍ୟାକାଣ୍ଡ , ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ


ଭୁବନେଶ୍ୱର, 23 ମାର୍ଚ୍ଚ (ହି.ସ.)- ନବ ଦାସ ହତ୍ୟାକାଣ୍ଡ, ଝାରସୁଗୁଡ଼ାରୁ ଫେରିଲା କ୍ରାଇମବ୍ରାଞ୍ଚ ଟିମ୍ । ପାଞ୍ଚଦିନ

ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରିଛି କ୍ରାଇମବ୍ରାଞ୍ଚ । ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ

ଚାଲିଥିଲା ସାନି ତଦନ୍ତ । କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ କରୁଥିଲା ତଦନ୍ତ । ନବ ଦାସଙ୍କ

ବାସଭବନ , ଜିଲ୍ଲା ମୁଖ୍ୟ

ଚିକିତ୍ସାଳୟ , ବିମାନ ବନ୍ଦର , ଘଟଣା ସ୍ଥଳରେ ପହଞ୍ଚି କରିଥିଲେ ତଦନ୍ତ । କିଛି ପ୍ରମୁଖ ସାକ୍ଷୀ

ଡାକ୍ତର, ନର୍ସ, ଏୟାରପୋର୍ଟ କର୍ମଚାରୀ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କୁ ଡକାଇ ୧୬୧ ବୟାନ

ରେକର୍ଡ କରାଯାଇଛି । ଅନ୍ୟପଟେ ଇସିଜିରିପୋର୍ଟ

ତଦନ୍ତର ଦିଗ ବଦଳାଇଛି । ଏବେ ଦ୍ଵିତୀୟ ପର୍ଯ୍ୟାୟର କ୍ରାଇମବ୍ରାଞ୍ଚର ତଦନ୍ତ କହିବ କେବଳ ଗୋପାଳ

ଦାସ ଏକମାତ୍ର ଅଭିଯୁକ୍ତ ନାଁ ଘଟଣା ପଛରେ ଷଡଯନ୍ତ୍ର କରାଯାଇଛି । କ୍ରାଇମବ୍ରାଞ୍ଚ ଅଧିକାରୀ

ଫେରିବା ବେଳେ ପ୍ରତିକ୍ରିୟାରେ କହିଛନ୍ତି ପାଞ୍ଚ ଦିନର ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରାଯିବ

ଏବଂ ଆଗକୁ ଦରକାର ପଡ଼ିଲେ ପୁଣିଥରେ ଝାରସୁଗୁଡ଼ା ଆସି ତଦନ୍ତ କରାଯିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande