ଜୟପୁର, ୩୧ ମାର୍ଚ୍ଚ (ହି.ସ.) - କୋରାପୁଟ ରେଳବାଇ ଷ୍ଟେସନରେ ଆଜି ସକାଳେ ଜିଆରପି ଏବଂ ଆରପିଏଫ ପକ୍ଷରୁ ଦୁଇଟି ଟ୍ରେନରେ ତଲାସୀ ପରେ ସୁଟକେସରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ତଲାସୀ ସମୟରେ ଦୁଇଜଣ ମହିଳା ସେମାନଙ୍କର ସୁଟକେସରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ ବୋଲି ସରକାରୀ ରେଳୱେ ଷ୍ଟେସନର ଏଆଇ ସଂତୋଷୀ ମହନ୍ତ କହିଛନ୍ତି । ଜଣେ ନାବାଳିକା ରହିଥିବା ସେ ସୂଚନା ଦେଇଛନ୍ତି। ସେମାନଙ୍କ ସୁଟକେସରୁ ୨୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି। ସେହିପରି ଆଜି ବିଶାଖାପାଟଣା ପାସେଞ୍ଜର ଟ୍ରେନରେ ଜଣେ ଯୁବକର ସୁଟକେସରେ ଗଂଚେଇ ଥିବା ଜାଣିବାକୁ ପାଇଥିଲେ। ତିନି ଜଣ ଉତରପ୍ରଦେଶ ଓ ବିହାର ରାଜ୍ୟର ବୋଲି ସେ କହିଛନ୍ତି। ସମୁଦାୟ ୩୦ କେଜି ଗଞ୍ଜେଇ ଜବତ କରାଯାଇଥିବା ସେ କହିଛନ୍ତି।ଦୁଇଟି ପୃଥକ କେସ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପିକେପି