ନୂଆଦିଲ୍ଲୀ, 01 ଏପ୍ରିଲ (ହି.ସ.) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛିI
ଏକ ଗୌରବମୟ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ରାଜ୍ୟ ଓଡ଼ିଶା ସର୍ବଦା ଭାରତର ଗୌରବର ମଣି ହୋଇରହିଛି। ଓଡ଼ିଶା ଏବେ ଏହାର ସମ୍ଭାବନାକୁ ସାକାର କରି ଭାରତର ଅଭିବୃଦ୍ଧି ଇଞ୍ଜିନ ହେବା ଦିଗରେ ଗତି କରୁଛି।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଶାକୁ ସମୃଦ୍ଧିର ନୂତନ ଶିଖର ଛୁଇଁବା ପାଇଁ ଆଶୀର୍ବାଦ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ