ଝାରଖଣ୍ଡରେ ଦୁଇ ମାଲଗାଡି ମଧ୍ୟରେ ଧକ୍କା, 2 ମୃତ, 4 ଆହତ
ରାଂଚି, 1 ଏପ୍ରିଲ୍ (ହି.ସ.) - ଝାରଖଣ୍ଡର ସାହିବଗଂଜ ଜିଲ୍ଲାରେ ରେଳ ଦୁର୍ଘଟଣା । ଦୁଇଟି ମାଲଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 2ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ମାଲଗାଡି ଡ୍ରାଇଭର ଅଛନ୍ତି । ଦୁର୍ଘଟଣା ଭୋର ପ୍ରାୟ 3ଟା ବେଳେ ହୋ
ଝାରଖଣ୍ଡରେ ଦୁଇ ମାଲଗାଡି ମଧ୍ୟରେ ଧକ୍କା, 2 ମୃତ, 4 ଆହତ


ରାଂଚି, 1 ଏପ୍ରିଲ୍ (ହି.ସ.)

- ଝାରଖଣ୍ଡର ସାହିବଗଂଜ ଜିଲ୍ଲାରେ ରେଳ ଦୁର୍ଘଟଣା । ଦୁଇଟି ମାଲଗାଡି ପରସ୍ପର

ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ 2ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ

ଜଣେ ମାଲଗାଡି ଡ୍ରାଇଭର ଅଛନ୍ତି । ଦୁର୍ଘଟଣା ଭୋର ପ୍ରାୟ 3ଟା ବେଳେ ହୋଇଛି । ଘଟଣାସ୍ଥଳର

ଦୂରତା ରାଜଧାନୀ ରାଂଚିରୁ ପ୍ରାୟ 486 କିଲୋମିଟର ଅଟେ । ସାହିବଗଂଜ ଜିଲ୍ଲା ପୋଲିସ ଏସପି

ଅମିତ କୁମାର ସିଂହ ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି ।

ପୋଲିସ ଅଧିକାରୀଙ୍କ ଅନୁସାରେ, ଏହି ଦୁର୍ଘଟଣାରେ ସିଆଇଏସଏଫର ଚାରି ଯବାନ ବି ଆହତ

ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଲୱେ ପ୍ରଶାସନ ଓ ସ୍ଥାନୀୟ

ଅଧିକାରୀ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଦୁଇଟି ମାଲଗାଡି ପରସ୍ପର ସହ ଧକ୍କା ହେବା ପରେ

ଇଂଜିନରେ ନିଆଁ ଲାଗିଯାଇଥିଲା । ଦୀର୍ଘ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande