ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 1 ଏପ୍ରିଲ୍ (ହି.ସ.) - ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ମୋର ଭାଇ-ଭଉଣୀ ତଥା ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍
ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 1 ଏପ୍ରିଲ୍ (ହି.ସ.)

- ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

। ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ମୋର ଭାଇ-ଭଉଣୀ ତଥା

ସମଗ୍ର ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର କରୁଥିବା ଓଡ଼ିଆ

ସମୁଦାୟଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭକାମନା । ୧୯୩୬ ମସିହା

ଆଜିର ଦିନରେ ଭାଷା ଭିତ୍ତିରେ ଆମ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ

ହେବାର ଗୌରବ ଲାଭ କରିଥିଲା । ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ

ଓଡ଼ିଆ ସଂସ୍କୃତିକୁ ଉଚିତ୍ ପରିଚୟ ଦେବା ପାଇଁ ସଂଘର୍ଷ କରିବା ସହ ବଳିଦାନ ଦେଇଥିବା ସମସ୍ତ

ମହାପୁରୁଷଙ୍କୁ ମୋର ପ୍ରଣାମ ।

ଆଜିର ଦିନ ଆମକୁ ଓଡ଼ିଶାର କଳା, ସଂସ୍କୃତି,

ଜ୍ଞାନ,

ଶୌର୍ଯ୍ୟ,

ବଳିଦାନ

ଓ ଗୌରବମୟ ଇତିହାସ ଉପରେ ଗର୍ବ କରିବା ସହ ଆମର ସାଂସ୍କୃତିକ ଗଭୀରତା ସହ ଯୋଡିହେବା,

ଓଡ଼ିଶାର

ସଂସ୍କୃତିକୁ ବିଶ୍ୱ ମଞ୍ଚରେ ଅଧିକ ସୁଦୁରପ୍ରସାରୀ କରାଇବା ପାଇଁ ପ୍ରେରଣା ଦେଇଥାଏ । ଆସନ୍ତୁ,

ଆମେ

ସମସ୍ତେ ମିଳିମିଶି ଆମର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ କରିବା ଏବଂ ଓଡ଼ିଶାର ଅଦ୍ୱିତୀୟ

ପରିଚୟକୁ ଅଧିକ ମଜଭୂତ୍ କରିବା ପାଇଁ ସଂକଳ୍ପ ନେବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ବନ୍ଦେ

ଉତ୍କଳ ଜନନୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande