ଭୁବନେଶ୍ୱର, 1 ଏପ୍ରିଲ୍ (ହି.ସ.)- ଓଡ଼ିଶା ଦିବସ ଅବସରରେ ଓଡ଼ିଶାକୁ ବିକାଶର ଶିଖରରେ ପହଂଚାଇବାକୁ ଆହ୍ୱାନ
ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ,
ଓଡ଼ିଶା ଆମ ମା', ମାଟି ଆଉ ମମତା। ଅନେକ ମହାପୁରୁଷଙ୍କ ପ୍ରଚେଷ୍ଟା ଓ ତ୍ୟାଗ ବଳରେ
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଛି। ଓଡ଼ିଶା ଦିବସ ଅବସରରେ ସେମାନଙ୍କୁ ସ୍ମରଣ କରିବା ସହ
ତାଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରି ଆସନ୍ତୁ ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା। ବନ୍ଦେ
ଉତ୍କଳ ଜନନୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା