ପୁରୀ, ୧୫ ଅପ୍ରେଲ (ହି.ସ.)- ଉର୍ଜାବାନ ଓଡ଼ିଶା ପରିବାର ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ ଦଶାବତାର ମଠ ଠାରେ ନିଃଶୁଳ୍କ ଟଙ୍କ ତୋରାଣି ବିତରଣ ଶିବିର ଉଦଘାଟିତ ହୋଇଯାଇଛି | ଏହାକୁ ଉଦଘାଟନ କରି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଲେ, ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ, ତୀର୍ଥଯାତ୍ରୀ ଆସିବା ସହ ଗୁଣ୍ଡିଚା ମନ୍ଦିର ନିକଟକୁ ଆସୁଛନ୍ତି | ପ୍ରବଳ ଖରାରେ ଏହି ଟଙ୍କ ତୋରାଣୀ ଆଶ୍ୱସ୍ତ ଆଣିଦେବ | ଏହା ଏକ ମାସ ଧରି ଚାଲୁ ରହିବ l ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ସହ ଏହି ଟଙ୍କ ତୋରାଣି ବିତରଣ ଶିବିରରେ ଟଙ୍କ ତୋରାଣୀ ପିଇବା ପାଇଁ ଅନୁଷ୍ଠାନ ଅନୁରୋଧ କରିଛି |ଉଦଘାଟନୀ ଉତ୍ସବରେ ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସଦର ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ଅନୁଷ୍ଠାନର ସଭାପତି ସନ୍ତୋଷ ସେନାପତି, ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ବୀରେନ୍ଦ୍ର ଭୂଷଣ ହୋତା (ବରିଷ୍ଠ ନାଗରିକ ମଞ୍ଚ ସଭାପତି ଶରଧାବାଲି), ପ୍ରଶନ୍ନ ଶତପଥି (ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଶରଧାବାଲି ) ଉପସ୍ଥିତ ଥିଲେ |
ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା ଓ ବଣ୍ଟନରେ ସହଯୋଗ କରିଥିଲେ l ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ବିଜୟ