ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ
ଜୟପୁର,17 ଏପ୍ରିଲ୍ (ହି.ସ.) ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଙ୍କ ତିରୋଧାନ ଦିବସ ଗୁରବାର ପାଳିତ ହୋଇଯାଛି । ଜୟପୁର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସର
ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ


ଜୟପୁର,17 ଏପ୍ରିଲ୍ (ହି.ସ.)

ଓଡ଼ିଆଙ୍କ ସ୍ୱାଭିମାନ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କଙ୍କ ତିରୋଧାନ ଦିବସ ଗୁରବାର ପାଳିତ ହୋଇଯାଛି । ଜୟପୁର ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବିଜୁ ରାଜନଗର ଠାରେ ସ୍ବର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ବିଜେଡି ନେତା ରବିନାରାୟଣ ନନ୍ଦଙ୍କ ନେତୃତ୍ବରେ ମହିଳା, ଯୁବ, ଛାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଦଳୀୟ ନେତା ମାନେ ଯୋଗଦେଇ ବିଜୁ ବାବୁ ଅମର ରହେ ସ୍ଲୋଗାନ ପ୍ରଦାନ କରିବା ସହ ତାଙ୍କ ସ୍ମୃତିଚାରଣ ଏବଂ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଅତିଥି ମାନେ ବିଜୁବାବୁଙ୍କ ନିର୍ଭୀକ ଜୀବନ, ଅଦମ୍ୟ ସାହସ କୋଟି କୋଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ମନ୍ତ୍ର ପାଲଟିଛି । ତେଣୁ ଓଡିଶାବାସୀଙ୍କ ସେବା ପାଇଁ ସର୍ବଦା ଅନୁପ୍ରାଣିତ କରୁଛି ବୋଲି କହିଥିଲେ । ଏହି ଅବସରରେ ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ରଥ, ବାଲା ରାୟ, ଦୁର୍ଗା ପ୍ରସାଦ ମିଶ୍ର, ବି.ସୁନିତା, ପଦ୍ମା ରେଡ୍ଡି, ସୁଷମା ମହାପାତ୍ର, ଏ.ଶ୍ରୀନିବାସ ରାଓ, ହର ପ୍ରସାଦ ମିଶ୍ର, ଶିବ ପଟ୍ଟନାୟକ, ବାଲିଙ୍କି ରାଓ, ମହେନ୍ଦ୍ର ଅଧିକାରୀ, ଦେବେନ୍ଦ୍ର ଚୌଧୁରୀ, ଏନ, ଲକ୍ଷ୍ମୀନାରାୟଣ, ବାପି ପରିଡା. ରଘୁଦାସ ତ୍ରିପାଠୀ, ନବୀନ ପାତ୍ର, ଇଶ୍ବର ବାଗ, ଅଜିତ ନାୟକ, ବୁଡୁ ମହାପାତ୍ର , ତାପସ ପଣ୍ଡା, ଟୁନା ରଥ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande