ବଲାଙ୍ଗୀର: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ଜାତୀୟ ମର୍ଯ୍ୟାଦା ଚୟନ ପ୍ରକ୍ରିୟା ଅନୁଷ୍ଠିତ
ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.) ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ଅନୁଷ୍ଠାନ ନେସନାଲ୍ ପିସ ୟୁନିସନ (ଭାରତ) ପକ୍ଷରୁ ପରିଚାଳନା କରାଯାଉଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିର ର ଉନ୍ନତମାନ ଓ ଉତ୍କୃଷ୍ଟ ଜାତୀୟ ମର୍ଯ୍ୟାଦା (N
ବଲାଙ୍ଗୀର: ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ ଜାତୀୟ ମର୍ଯ୍ୟାଦା ଚୟନ ପ୍ରକ୍ରିୟା ଅନୁଷ୍ଠିତ


ବଲାଙ୍ଗିର, 18 ଏପ୍ରିଲ୍ (ହି.ସ.)

ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ଅଗ୍ରଣୀ ଅନୁଷ୍ଠାନ ନେସନାଲ୍ ପିସ ୟୁନିସନ (ଭାରତ) ପକ୍ଷରୁ ପରିଚାଳନା କରାଯାଉଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ବଲାଙ୍ଗିର ର ଉନ୍ନତମାନ ଓ ଉତ୍କୃଷ୍ଟ ଜାତୀୟ ମର୍ଯ୍ୟାଦା (NQAS)ର ରାଜ୍ୟ ଚୟନ ପ୍ରକ୍ରିୟା ଗତକାଲି ଶେଷ ହୋଇ ଯାଇଛି l

ଉପରୋକ୍ତ ଚୟନ ପ୍ରକ୍ରିୟାରେ ଜାତୀୟ ଚୟନକର୍ତ୍ତା ଡା. ସଂଜୀବ କୁମାର ଦାସ ଓ ଡା. ତାପସ ରଞ୍ଜନ ପଧାନ ଆସି ସର୍ବମୋଟ ୧୨ ଗୋଟି ସ୍ୱାସ୍ଥ୍ୟ ବିଭାଗର ୬୩୦ ଚୟନ ଯାଞ୍ଚ ତାଲିକାକୁ ପରଖି ଦେଖିଥିଲେ। ଏଥିପାଇଁ ପ୍ରତ୍ୟକ ବିଭାଗର ଏକସ୍ୱତନ୍ତ୍ରସହଯୋଗ ତାଲିକା ପ୍ରସ୍ତୁତ କରି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଇଥିଲେ l ବୈଠକରେ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ ସତ୍ୟ ରଞ୍ଜନ ମିଶ୍ର, ଚେୟାରମେନ ରବି ରଞ୍ଜନ ପୁଜାରୀଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା.ସତ୍ୟ ନାରାୟଣ ସାହୁଙ୍କ ସହ ପ୍ରତ୍ୟେକ ସ୍ୱାସ୍ଥ୍ୟ ସେବା ଯୋଗାଣ ଅଧିକାରୀ ଓ ସଭ୍ୟସଭ୍ୟା,ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି (DPHO) ରାମାନୁଜ ପଣ୍ଡା ସହଯୋଗ ପ୍ରୋଜେକ୍ଟ

ମ୍ୟାନେଜର (APM), ପ୍ରଦୀପ କୁମାର ନାଗ, ଲୋକ ସ୍ୱାସ୍ଥ୍ୟ ମ୍ୟାନେଜର (NHM) ଯୋଗଦାନ କରି ସ୍ୱାସ୍ଥ୍ୟ କେନ୍ଦ୍ରର ଜାତୀୟ ମର୍ଯ୍ୟାଦା (NQAS) ରେ ଭାଗିଦାରୀ ହୋଇ ନିର୍ଦ୍ଧାରିତ ସବିଶେଷ ତାଲିକାକୁ ଆହୁରି ଉନ୍ନତସ୍ତରକୁ ଆଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଥିଲେ l ବଲାଙ୍ଗିର ଜିଲ୍ଲାର ସମସ୍ତ ସହଯୋଗୀ ସରକାରୀ ବିଭାଗକୁ ଉକ୍ତ ପ୍ରକ୍ରିୟାରେ ସାମିଲ ହୋଇ ସହଯୋଗର ହାତ ବଢାଇବା ପାଇଁ ଅତିଥିଗଣ ଅନୁରୋଧ କରିଥିଲେ l

-

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande