ବଲାଙ୍ଗିର, 19 ଏପ୍ରିଲ୍ (ହି.ସ.)
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେସ ବଟଲିଂ ପ୍ଲାଣ୍ଟ ନିକଟ ଓଭୋ ପ୍ଲାଣ୍ଟ ର ଶୁଭ ଉଦ୍ଘାଟନ କରିଚନ୍ତି। ପ୍ଲାଣ୍ଟ ର ମୁଖ୍ୟ ପରିଚାଳକ ସମାରେନ୍ଦ୍ର ମିଶ୍ର ପ୍ରାରମ୍ଭିକ ସୁଚନା ଦେଇ ଏହି ଫାର୍ମ ଦେଶରେ ପଞ୍ଚମ ଓ ଏହା ଏକ ସ୍ଵୟଂ ସମ୍ପୂର୍ଣ ପ୍ଲାଣ୍ଟ ଓ ଗୁଣ ବତ୍ତାରେ ଅତ୍ୟାଧୁନିକ ବୋଲି କହିଥିଲେ। ଅନ୍ୟତମ ଭାଈ ସମରେନ୍ଦ୍ର ଓ ବଡ଼ଭାଇ ଆଇନଜୀବି ଅମରେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ। ଶ୍ରୀ ପ୍ରଧନ ନିଜ ଅଭିଭାଷଣ ରେ ଏହି ପରି ଗୋଟାଏ ଫାର୍ମ ବଲାଙ୍ଗିର ଭଳି ସ୍ଥାନରେ କରି ଅନ୍ୟ ମାନଙ୍କ ପ୍ରତି ଉଦାହରଣ ସୃଷ୍ଟି କରି ଛନ୍ତି ବୋଲି କହିଥିଲେ। ସମ୍ମାନୀତ ଅତିଥି ବାବାରେ ରାଜ୍ୟ ପ୍ରଯୁକ୍ତି ବିଦ୍ୟା ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଯୋଇ ଦେଈ ଅଣ୍ଡା ରୁ କିପରି ପ୍ରୋଟିନ ପାଉଡର ତରଳ ଓ ଉନ୍ନତ ଧାରଣ ର ପ୍ରସ୍ତୁତି କୁ ଭୂୟସୀ ପ୍ରଶଂସା କରିଥିଲେ। ଆଜି
ଜିଲ୍ଲା ପାଇଁ ଦୁଇଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାକୁ ଦୁଇଦୁଇଟି କେନ୍ଦ୍ରିୟବିଦ୍ୟାଳୟ ଟିଟିଲାଗଡ ଓ ପାଟଣାଗଡରେ ଦୁଇଟି କେନ୍ଦ୍ରିୟବିଦ୍ୟାଳୟ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଛନ୍ତି । ସେଥିପାଇଁ ବର୍ଲାଙ୍ଗୀର ଜିଲ୍ଲା ଚଳଚଞ୍ଚଳ ରହିଛି । ଅନି ଶନିବାର ଦିନ ଶ୍ରୀ ପ୍ରଧାନ ଦିନ ୧୧ଟାରେ ବେଳେ ଟିଟିଲାଗଡର ରେଲୱେ କଲୋନୀରେ କେନ୍ଦ୍ରୀୟ ବିଦ୍ୟାଳୟକୁ ଉଦଘାଟନ କର ଥିଲା ବେଳେ। ସେହିପରି ୧୨ ରେ ପାଟଣାଗଡ ପହଞ୍ଚି ଆଇ ଟି ଆଇ କେମ୍ପସରେ ମଧ୍ୟ କେନ୍ଦ୍ରିୟ ବିଦ୍ୟାଳୟର ଶୁଭାରମ୍ଭ କରି ଥିଲେ । ବଲାଙ୍ଗୀର ନିକଟସ୍ଥ ବରକାନୀ ଠାରେ ଓଭୋଫାର୍ମର ଏଗପ୍ରୋସେସିଂ ପ୍ରକଲ୍ପର ଉଦଘାଟନ କରି ଥିଲେ ସୂଚନା ମିଳିଛି । ସେଥିପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଓ ପୋଲିସ ବିଭାଗ ମୁଖ୍ୟ ଉପସ୍ଥିତ ଥିଲେ ନିଜେ ଜିଲ୍ଲାପାଳ ଓ ଏସପି ସଭାସ୍ଥଳଗୁଡିକୁ ପହଞ୍ଚି ସବୁ ବ୍ୟବସ୍ତା ଦେଖି ଥିଲେ । କରିଛନ୍ତି। ପ୍ରକାଶ ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଥିବା ବେଳେ ୧୧୦କୋଟି ଟଙ୍କାର ବିପିସିଏଲ କମ୍ପାନୀର ଗ୍ୟାସ ବୋଟଲିଂ ପ୍ଲାଣ୍ଟ ଓ ବଲାଙ୍ଗୀର ସହରରେ ଏକ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ନିର୍ମାଣ କରାଇଥିଲେ। ଏବେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଥିବା ବେଳେ ବଲାଙ୍ଗୀର ଜିଲ୍ଲାକୁ ଦୁଇଦୁଇଟି କେନ୍ଦ୍ରିୟ ବିଦ୍ୟାଳୟ ଦେଇଛନ୍ତି । ସେହି କାରଣରୁ ବଲାଙ୍ଗୀର ବାସୀ ଖୁସି ବ୍ୟକ୍ତ କରୁଛନ୍ତି। କେନ୍ଦ୍ରର ମୋଦୀ ସରକାର ଅମଳରେ ରେଳବିଭାଗ ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ୪ଟି ରେଳ ଷ୍ଟେସନକୁ ଅମୃତଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇ କାମ ଚାଲିଛି। ସେହିପରି କଣ୍ଟାବାଞ୍ଜିଠାରେ ଏକ ରେଳୱାଗନ ମରାମତି କାରଖାନା, ଟିଟିଲାଗଡରେ ୧୮୦ କୋଟି ଟଙ୍କାର ଏକ ଫ୍ଲାଇଓଭର ରାସ୍ତା,ବଲାଙ୍ଗୀରରେ ଜାତୀୟରାଜପଥ ବିଭାଗ ପକ୍ଷରୁ ୪୦୦କୋଟି ଟଙ୍କାର ବାଇପାସ ରାସ୍ତାନିର୍ମାଣ ଚାଲିଥିବା ବେଳେ ଟିଟିଲାଗଡରେ ମଧ୍ୟ ଦୁଇଦିନ ତଳେ ୧୪୪କୋଟି ଟଙ୍କାର ବାଇପାସ ରାସ୍ତା ନିର୍ମାଣ ପାଇଁ ଘୋଷଣା ହୋଇଛି। ଫଳରେ ବିଜେପିସରକାରଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢୁଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କୁ ଏହି ଶ୍ରେୟ ଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ