ସମ୍ବଲପୁର, ୧୯ ଅପ୍ରେଲ (ହି.ସ.)- ନେସନାଲ ମେଡିକୋ ସଙ୍ଗଠନ(ଏନ୍ଏମ୍ଓ) ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଆୟୁରବିଜ୍ଞାନ ଓ ଗବେଷଣା ସଂସ୍ଥାନ ଭୀମସାରର ପୂର୍ବତନ ନିର୍ଦ୍ଦେଶକ, ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଡା. ବର୍ଷା ଟୁଟୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏନ୍ଏମ୍ଓ ଓଡିଶା ପଶ୍ଚିମପ୍ରାନ୍ତର ସଙ୍ଗଠନ ସମ୍ପାଦକ ଡା. ସଞ୍ଜିବ କୁମାର ମିଶ୍ର ଯୋଗ ଦେଇ କହିଥିଲେ ଯେ, ପ୍ରଫେସର ଟୁଡୁଙ୍କ ପରଲୋକ ଯୋଗୁଁ ଅପୂରଣୀୟ କ୍ଷତି ହୋଇଛି । ତାଙ୍କର ଶିକ୍ଷାଦାନର ଶୈଳୀ, ମାନବୀୟ ମୂଲ୍ୟବୋଧ ଓ ଆଚରଣ ଡାକ୍ତର ମାନଙ୍କୁ ପ୍ରେରଣା ଯୋଗାଇବ । ଚିକିତ୍ସା କ୍ଷେତ୍ରରେ ସଦାଚାର, ନିଷ୍ଠା ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ପରିଶ୍ରମ ଉଲ୍ଲେଖନୀୟ । ଭିମସାରର ନିର୍ଦ୍ଦେଶକ ଭାବେ ଟାଇମ ବାଉଣ୍ଡ କ୍ୟାରିୟର ଏସ୍ୟୁରେନ୍ସ ଯୋଜନା କାର୍ଯ୍ୟକାରୀ କରି ଦଶନ୍ଦି ପୁରାତନ ସମସ୍ୟାର ପ୍ରତିକାର ପାଇଁ ପ୍ରଫେସର ଟୁଡୁ ସ୍ମରଣୀୟ ହୋଇ ରହିବେ ବୋଲି ମତପ୍ରକାଶ ପାଇଥିଲା । ଏହି ସଭାରେ ଡାକ୍ତର ମାନଙ୍କ ମଧ୍ୟରୁ ସତ୍ୟ, ଜିତେନ୍ଦ୍ର, ମୃଣାଳିନୀ, ଦୀପକ, ଅସିତ୍, ସ୍ୱାଗତିକା, ବିମଳ, ରୋହନ, ଇପ୍ସିତା, ପ୍ରିୟଙ୍କା, ସୌମ୍ୟା, ସିପନ, ବିରଞ୍ଚି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ