ଯଦୁ ବଂଶ ପରି ଧ୍ୱଂସ ହେବ ବିଜେଡି : ପ୍ରଶାନ୍ତ ଜଗଦ୍ଦେବ
ଭୁବନେଶ୍ୱର, 15 ଏପ୍ରିଲ୍ (ହି.ସ.) - ବିଜେଡିରେ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ କହିଛନ୍ତି ଯେ ବିଜେଡ଼ି ଗଣତନ୍ତ୍ର ବ୍ୟବସ୍ଥାକୁ ଖତମ କରିବାକୁ ଯାଉଥିଲା। ପାଣ୍ଡିଆନ ପାଇଁ ଓଡ଼ିଶା ଲୋକେ ବିଜେଡିକୁ ହଟାଇ ଦେଲେ। ବିଜେଡ଼ି ଫଲ୍ ଡାଉନ୍ ର ମୁଖ୍ୟ କାରଣ ହେଉଛନ୍
ଯଦୁ ବଂଶ ପରି ଧ୍ୱଂସ ହେବ ବିଜେଡି : ପ୍ରଶାନ୍ତ ଜଗଦ୍ଦେବ


ଭୁବନେଶ୍ୱର, 15 ଏପ୍ରିଲ୍ (ହି.ସ.) - ବିଜେଡିରେ କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସେ କହିଛନ୍ତି ଯେ ବିଜେଡ଼ି ଗଣତନ୍ତ୍ର ବ୍ୟବସ୍ଥାକୁ ଖତମ କରିବାକୁ ଯାଉଥିଲା। ପାଣ୍ଡିଆନ ପାଇଁ ଓଡ଼ିଶା ଲୋକେ ବିଜେଡିକୁ ହଟାଇ ଦେଲେ। ବିଜେଡ଼ି ଫଲ୍ ଡାଉନ୍ ର ମୁଖ୍ୟ କାରଣ ହେଉଛନ୍ତି ପାଣ୍ଡିଆନ। ଖୁବ୍ କମ୍ ଦିନରେ ଯଦୁ ବଂଶ ପରି ଧ୍ୱଂସ ହୋଇଯିବ ବିଜେଡି। ବିଜେଡ଼ି ଆଗକୁ ବିଜେପିରେ ବିଲୀନ ହୋଇଯିବ। ବିଜେଡ଼ି କେବଳ କ୍ଷମତାକୁ ନେଇ ତିଆରି ହୋଇଥିଲା। ଜଳ ବିନା ଯେପରି ମାଛ ବେଂଚନି, କ୍ଷମତା ବିନା ସେମିତି ବିଜେଡି ବଂଚିବନି ବୋଲି କହିଛନ୍ତି ପ୍ରଶାନ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande