ଆମେ ଭାରତବାସୀ ସଂଗଠନ ପକ୍ଷରୁ ଭଦ୍ରକ ଟ୍ରେନିଂ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ ସ୍ଥଗିତ
ଭଦ୍ରକ, ୨୫ ଅପ୍ରେଲ (ହି.ସ.) - କାଶ୍ମୀର ପାହାଲଗାମ ରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ସଂକ୍ରାନ୍ତରେ ଅପ୍ରେଲ ୨୫ ଅପରାହ୍ନ ୪ ଘଟିକା ଭଦ୍ରକ ଟ୍ରେନିଂ ସ୍କୁଲ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ କୁ ଭଦ୍ରକ ପୋଲିସ ଅନୁମତି ପ୍ରଦାନ ନକରିବା ଘଟଣାକୁ ଆମେ ଭାରତବାସୀ ସ
AME BHARATBASI SANGATHAN


ଭଦ୍ରକ, ୨୫ ଅପ୍ରେଲ (ହି.ସ.) - କାଶ୍ମୀର ପାହାଲଗାମ ରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ସଂକ୍ରାନ୍ତରେ ଅପ୍ରେଲ ୨୫ ଅପରାହ୍ନ ୪ ଘଟିକା ଭଦ୍ରକ ଟ୍ରେନିଂ ସ୍କୁଲ ପଡିଆ ଠାରେ ହେବାକୁ ଥିବା ଗଣସମାବେଶ କୁ ଭଦ୍ରକ ପୋଲିସ ଅନୁମତି ପ୍ରଦାନ ନକରିବା ଘଟଣାକୁ ଆମେ ଭାରତବାସୀ ସଂଗଠନ ଭଦ୍ରକ ଶାଖା ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହଜାର ହଜାର ଲୋକଙ୍କୁ ନେଇ ଜନସମାବେଶ କରୁଥିବା ବେଳେ ମୃତ ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ଓ ସମ୍ବିଧାନ ବିରୋଧୀ ୱାକଫ ବୋର୍ଡ ସଂଶୋଧନ ଆଇନ ବାତିଲ ଦାବିରେ ଜନସମାବେଶକୁ ଅନୁମତି ନଦେବା ବଡ ଦୁଃଖର ବିଷୟ ବୋଲି ସଂଗଠନ ମତବ୍ୟକ୍ତ କରିଛି । କଙ୍ଗନା ରଣାୟତ ଓ ରାମଦେବ ଙ୍କ ପରି ଲୋକମାନଙ୍କୁ ମୋଦି ସରକାର ଜେଡ ପ୍ଲସ ସୁରକ୍ଷା ଦେଉଥିବା ବେଳେ ୨୦୦୦ ପର୍ଯ୍ୟଟକ ମାନଙ୍କ ପାଇଁ ସୁରକ୍ଷା କର୍ମୀ କାହିଁକି ନଥିଲେ ବୋଲି ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରାଯାଇଛି । ମୋଦି କ୍ଷମତା କୁ ଆସିବା ପରେ ପଠାନକୋଟ ହାମଲା, ସେନାଘାଟି ଉରି ରେ ହାମଲା, ପୁଲୱାମା ଘଟଣା ଓ ପାହାଲଗାମ ଘଟଣା ନରେନ୍ଦ୍ର ମୋଦି ଙ୍କ ଦୂର୍ବଳ ପ୍ରଧାନମନ୍ତ୍ରୀତ୍ୱକୁ ସୂଚାଉଛି ବୋଲି ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି । ଭଦ୍ରକ ସହରରେ ବିଭିନ୍ନ ଗଣସଂଗଠନ ଗୁଡିକୁ ରାଲି ଓ ସମାବେଶ କରିବାକୁ ଅନୁମତି ମିଳୁଥିବାବେଳେ ଆମେ ଭାରତବାସୀ ସଂଗଠନ କୁ ଅନୁମତି ନମିଳିବା ପୋଲିସ ର ପକ୍ଷପାତିତା ନୀତିକୁ ପ୍ରତିଫଳିତ କରୁଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସମ୍ବିଧାନ ର ୧୯(୧) (ଖ) ରେ ଶାନ୍ତିପୂର୍ଣ୍ଣ ସମାବେଶ ମୌଳିକ ଅଧିକାର ବିଷୟବସ୍ତୁ ହୋଇଥିବା ବେଳେ ଭଦ୍ରକ ପୋଲିସ ସମାବେଶକୁ ଅନୁମତି ପ୍ରଦାନ ନକରିବା ସମ୍ବିଧାନର ପରିପନ୍ଥୀ ବୋଲି ସଂଗଠନର ଯୁଗ୍ମ ଆବାହକ ବିକାଶ ନାଥ , ଅନ୍ୟତମ ଯୁବ ଆବାହକ ଜାହିର ଖାନ୍ ଓ ଅନ୍ୟତମ ସଂଗଠକ ନାସିରୁଦ୍ଦିନ ଖାନ୍ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଆଉ କିଛି ଦିନ ବ୍ୟବଧାନରେ ଏହି କାର୍ଯ୍ୟକ୍ରମ ପୁଣି ଥରେ ଅନୁଷ୍ଠିତ ହେବ ବୋଲି ସଂଗଠକ ମାନେ ସୂଚନା ପ୍ରଦାନ କରିଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande