ଭୁବନେଶ୍ୱର, 15 ମେ (ହି.ସ.)- ସ୍ୱାଧୀନତା
ସଂଗ୍ରାମୀ ସୁଖବୀରଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ
କରିଥିବା ଅମର ସହିଦ କ୍ରାନ୍ତିବୀର ସୁଖଦେବଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି
ଜଣାଉଛି।
ତାଙ୍କ ସାହସ, ଦେଶପ୍ରେମ ଏବଂ ନିଃସ୍ୱାର୍ଥପର ବଳିଦାନ ଚିରକାଳ ସ୍ମରଣୀୟ ହୋଇ ରହିବ
ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା