କୁରୁକୁରେ ବୋଝେଇ ଟାଟାମେଜିକ ଗାଡିରୁ ବାହାରିଲା ୮୮ କେଜି ଗଞ୍ଜେଇ
ଜୟପୁର, ୨୫ ଏପ୍ରିଲ୍ (ହି.ସ.) - କୁରୁକୁରେ ବଝେଇ ଟାଟାମେଜିକ ଗାଡିରରୁ ବାହାରିଲା ଗଞ୍ଜେଇ, ଜବତ ଗଞ୍ଜେଇ କୋର୍ଟ ଚଲାଣ କଲା ପୋଲିସ । ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତର ଖରାଗୁଡା ଛକରେ ସ୍ଥାନୀୟ ପୋଲିସ ପକ୍ଷରୁ ଗାଡି ଯାଂଚ ଚାଲିଥିଲା କ୍ଷ ଏହି ସମୟରେ ବୈପାରୀଗୁଡା ଅଭିମିଖେ ଆସୁଥିବା ଟ
କୁରୁକୁରେ ବଝେଇ ଟାଟାମେଜିକ ଗାଡିରରୁ ବାହାରିଲା 88 କେଜି ଗଞ୍ଜେଇ


ଜୟପୁର, ୨୫ ଏପ୍ରିଲ୍ (ହି.ସ.) - କୁରୁକୁରେ ବଝେଇ ଟାଟାମେଜିକ ଗାଡିରରୁ ବାହାରିଲା ଗଞ୍ଜେଇ, ଜବତ ଗଞ୍ଜେଇ କୋର୍ଟ ଚଲାଣ କଲା ପୋଲିସ । ବୈପାରୀଗୁଡା ଥାନା ଅନ୍ତର୍ଗତ ଚନ୍ଦ୍ରପୋଡା ପଂଚାୟତର ଖରାଗୁଡା ଛକରେ ସ୍ଥାନୀୟ ପୋଲିସ ପକ୍ଷରୁ ଗାଡି ଯାଂଚ ଚାଲିଥିଲା କ୍ଷ ଏହି ସମୟରେ ବୈପାରୀଗୁଡା ଅଭିମିଖେ ଆସୁଥିବା ଟାଟମେଜିକ ଗାଡକୁ ଓଟକାଇ ଗାଡି ଯାଂଚ ସମୟରେ ଗାଡି ଡ୍ରାଇଭର ଏବଂ ହେଲ୍ପର ଘଟଣା ସ୍ଥଳରୁ ଗାଡିଛଡି ଚମ୍ପଟ ମାରିଥିଲେ । ପୋଲସନ୍ଦେହ କାରି ଗାଡି ତଳସି ନେବା ପରେ ଜଣା ପଡିଲା ଯେ, କୁରୁକୁରେ ବସ୍ତା ତଳେ ଚାରୋଟି ଗଞ୍ଜେଇ ବସ୍ତା ଥିଲା । ଜବତ ଗଞ୍ଜେଇ ଓଜନ କରିବାରୁ ୮୮ କିଲୋ ଥିବା ଜଣା ପଡିଛି । ଗଞ୍ଜେଇ ଲମତାପୁଟ ଠାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚଲାଣ ହେଉଥିବା ସନ୍ଦେହ କରାଯାଉଛି । ବୈପାରୀଗୁଡା ଥାନା କେସ ନମ୍ୱର ୯୩/୨୫ ଅନୁଯାଇ ଏକ ମାମଲା ରୁଜୁ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande