ଖଣିଜ ପ୍ରଯୁକ୍ତି ବିଦ୍ୟା ଉପରେ ଋଷିଆର ଗିରେଡମେଟ ସହ ସିଏସଆଇଆର-ଆଇଏମଏମଟିର ଯୁଗ୍ମ ଘୋଷଣାନାମା
ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) ସିଏସଆଇଆର-ଆଇଏମଏମଟି ପ୍ରତିଷ୍ଠାନ ଋଷିଆର ଜେଏସସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି । ଜେଏସସି ଗିରେଡମେଟ ବା ବିରଳ ମେଟାଲ ଶିଳ୍ପର ରାଜ୍ୟ ରିସର୍ଚ୍ଚ ଆଣ୍ଡ ଡିଜାଇନ ପ୍ରତିଷ୍ଠାନ ଓ ମସ୍କୋର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା
ଖଣିଜ ପ୍ରଯୁକ୍ତି ବିଦ୍ୟା ଉପରେ ଋଷିଆର ଗିରେଡମେଟ ସହ ସିଏସଆଇଆର-ଆଇଏମଏମଟିର ଯୁଗ୍ମ ଘୋଷଣାନାମା


ଭୁବନେଶ୍ୱର, 25 ଏପ୍ରିଲ (ହି.ସ.) ସିଏସଆଇଆର-ଆଇଏମଏମଟି ପ୍ରତିଷ୍ଠାନ ଋଷିଆର ଜେଏସସି ଗିରେଡମେଟ ସହ ଦୁଇଟି ଯୁଗ୍ମ ଘୋଷଣାନାମା (ଜେଡିଆଇ) ସ୍ୱାକ୍ଷରିତ କରିଛି । ଜେଏସସି ଗିରେଡମେଟ ବା ବିରଳ ମେଟାଲ ଶିଳ୍ପର ରାଜ୍ୟ ରିସର୍ଚ୍ଚ ଆଣ୍ଡ ଡିଜାଇନ ପ୍ରତିଷ୍ଠାନ ଓ ମସ୍କୋର ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ ବା ଏମଆଇଏସଆଇଏସ ସହ ଏହି ଚୁକ୍ତିନାମା କରାଯାଇଛି ।

ଦୁଇଟି ଅଲଗା ଅଲଗା ଯୁଗ୍ମ ଘୋଷଣାନାମାରେ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡ, ରାମାନୁଜ ନାରାୟଣନ, ଜେଏସସି ରୋସାତମ ସାଇନ୍ସ କେମିକାଲ ଟେକ୍ନୋଲଜି ୟୁନିଟର ନିର୍ଦ୍ଦେଶକ ଡ. ଆନ୍ଦ୍ରେଇ ଆଇ ଗୋଲିନେଇ, ଏମଆଇଏସଆଇଏସ ଭାଇସ ରେକ୍ଟର ଡ. ମାଇକେଲ ଆର ଫିଲୋନୋଭ ସ୍ୱାକ୍ଷର କରିଛନ୍ତି । ସିଏସଆଇଆର-ଆଇଏମଏମଟିର ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ, ବିଜ୍ଞାନ ଓ ଉଦଭାବନର ଡେପୁଟି ଡାଇରେକ୍ଟର ଡ. କନଷ୍ଟାନଟିନ ଭି ଆଇଭାନଭସ୍କିଖ, ଏମଆଇଏସଏସର ନିର୍ଦ୍ଦେଶକ ଡ. କରୋତଚେଙ୍କୋ ନାଟାଲିଆ, ଭାରତୀୟ ଦୂତାବାସର କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପ୍ରମୁଖ ଏହି ଘୋଷଣାନାମା ସ୍ୱାକ୍ଷରିତ ହେବା ବେଳେ ଉପସ୍ଥିତ ରହିଥିଲେ ।

ଗୁରୁବାର ଦିନ ମସ୍କୋ ଭାରତୀୟ ଦୂତାବାସରେ ସିଏସଆଇଆର-ଆଇଏମଏମଟି ଟିମ ପକ୍ଷରୁ ଏହାର ନିର୍ଦ୍ଦେଶକ ଡ. ରାମାନୁଜ ନାରାୟଣନ ଓ ମୁଖ୍ୟ ବୈଜ୍ଞାନିକ ଡ. କାଳୀ ସଞ୍ଜୟ ଭାରତର ରାଷ୍ଟ୍ରଦୂତ ବିନୟ କୁମାରଙ୍କୁ ସାକ୍ଷାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାଉନସେଲର ଅନୁପ କୁମାର ଶ୍ରୀବାସ୍ତବ ପରିଚାଳନା କରିଥିଲେ । ଆତ୍ମ ନିର୍ଭର ଭାରତ ଓ ବିକଶିତ ଭାରତ ପାଇଁ ବିରଳ ଖଣିଜ ପଦାର୍ଥର ଗୁରୁତ୍ୱ ରହିଥିବା କଥା କହି ଭାରତର ରାଷ୍ଟ୍ରଦୂତଙ୍କୁ ଏହି ଟିମ ନିଜ ଆସିବାର ଅଭିପ୍ରାୟ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande