ସମ୍ବଲପୁରରେ ଜିଲ୍ଲା କଂଗ୍ରେସର ମହମବତୀ ଶୋଭାଯାତ୍ରା
ସମ୍ବଲପୁର, ୨୫ ଅପ୍ରେଲ (ହି.ସ.)- ଜମ୍ମୁ କଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକମାନଙ୍କ ତଥା ଏହି ଆକ୍ରମଣରେ ଶିକାର ହୋଇଥିବା ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ଅମର ଆତ୍ମାର ସଦଗତି କାମନା କରି ସମ୍ବଲପୁର ଜିଲ୍ଲା କଂଗ୍ରେସ
ସମ୍ବଲପୁରରେ ଜିଲ୍ଲା କଂଗ୍ରେସର ମହମବତୀ ଶୋଭାଯାତ୍ରା


ସମ୍ବଲପୁର, ୨୫ ଅପ୍ରେଲ (ହି.ସ.)- ଜମ୍ମୁ କଶ୍ମୀରର ପହଲଗାମ୍ ରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପ୍ରାଣ ହରାଇଥିବା ନିରୀହ ପର୍ଯ୍ୟଟକମାନଙ୍କ ତଥା ଏହି ଆକ୍ରମଣରେ ଶିକାର ହୋଇଥିବା ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ଅମର ଆତ୍ମାର ସଦଗତି କାମନା କରି ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶୋଭାଯାତ୍ରାଟି ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ଗୋଲବଜାର ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି । ଏଥିସହ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ ପର୍ଯ୍ୟଟକ ମାନଙ୍କର ଆତ୍ମାର ସତଗତି କାମନା କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିସହିତ କିପରି ଗୁଇନ୍ଦା ବିଭାଗ ଫେଲ ହେଲା ସେନେଇ ତଦନ୍ତ ହେବା ମଧ୍ୟ ଆବଶ୍ୟକ । ଅନ୍ୟପକ୍ଷରେ ଏହି ଆତଙ୍କି ଆକ୍ରମଣ ଘଟଣା ନେଇ ନୈତିକତା ଦୃଷ୍ଟିରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବାକୁ ମଧ୍ୟ କଂଗ୍ରେସ ଦାବି କରିଛି । ଜିଲ୍ଲା କଂଗ୍ରେସର ଏହି ମହମବତୀ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ତ୍ରିପାଠୀ, ଦିନବନ୍ଧୁ ପରିଡ଼ା, ଗିରିଜା ନାୟକ, ଜିତେନ୍ଦ୍ର ପ୍ରଧାନ,ଦିଲିପ୍ ଦୁରିଆ,ହରୀ ପାଢୀ,ବିଜୟ ଲକ୍ଷ୍ମୀ ବେହେରା, ସୁତପା ମିତ୍ରଙ୍କ ସମେତ କଂଗ୍ରେସ ନେତା ମାନେ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande