ଦୋବଲ ରାସ୍ତାରେ ଡ୍ରେନ ନିର୍ମାଣ ନିମ୍ନମାନର, କାମ ବେଳେ ରହୁନାହାନ୍ତି ବିଭାଗୀୟ ଅଧିକାରୀ
ଭଦ୍ରକ, ୨୭ ଅପ୍ରେଲ (ହି.ସ.) - ଦୋବଲ ରାସ୍ତା ର ଦୋବଲ ବସଷ୍ଟାଣ୍ଡ ବଜାର ଓ କାଳୀ ପଡ଼ିଆ ଘୋଷରା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା କଂକ୍ରିଟ ଡ୍ରେନ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି। ଆଗାମୀ ବର୍ଷାଋତୁ ପାର କରିବ କି ନାହିଁ, ସେନେଇ ସନ୍ଦେହ ହେଉଛି। କାମଟି ଅତ୍ୟନ୍ତ ନିମ୍ନମାନର ହେଉଅଛି। ଡ୍ରେନ ୱାଲ ରେ ରଡ
DOBAL ROAD DRAIN NIRMAN CASE


ଭଦ୍ରକ, ୨୭ ଅପ୍ରେଲ (ହି.ସ.) - ଦୋବଲ ରାସ୍ତା ର ଦୋବଲ ବସଷ୍ଟାଣ୍ଡ ବଜାର ଓ କାଳୀ ପଡ଼ିଆ ଘୋଷରା ପର୍ଯ୍ୟନ୍ତ ନିର୍ମାଣ ହେଉଥିବା କଂକ୍ରିଟ ଡ୍ରେନ ର ସ୍ଥାୟୀତ୍ୱ ନେଇ ପ୍ରଶ୍ନ ଉଠିଛି। ଆଗାମୀ ବର୍ଷାଋତୁ ପାର କରିବ କି ନାହିଁ, ସେନେଇ ସନ୍ଦେହ ହେଉଛି। କାମଟି ଅତ୍ୟନ୍ତ ନିମ୍ନମାନର ହେଉଅଛି। ଡ୍ରେନ ୱାଲ ରେ ରଡ ବାଇଣ୍ଡି ଠିକ କରାଯାଉନାହିଁ। କଂକ୍ରିଟ ର ଅନୁପାତ ମଧ୍ୟ କମ ରହୁଛି। କାଳୀବଜାରରୁ ଦୋବଲ ବଜାର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ସହ ଡ୍ରେନ ନିର୍ମାଣ ଲାଗି ପୂର୍ତ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ ହୋଇଥିଲା। ବହୁ ବାଦ ବିବାଦ ପରେ ଠିକାଦାର ପ୍ରଥମେ ଡ୍ରେନ ନିର୍ମାଣ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ହାଟ ବଜାରରେ ଡ୍ରେନ ନିର୍ମାଣ ହୋଇଯାଇଛି। ଏବେ କାଳୀ ବଜାର ରେ ଡ୍ରେନ ନିର୍ମାଣ ହେଉଚି । ହେଲେ ଡ୍ରେନର ୱାଲରେ ପ୍ରତି ୬ ଇଂଚ ବ୍ୟବଧାନରେ ମେନ ବାର ଛିଡ଼ା ହେବା କଥା ଓ ପ୍ରତି ୮ ଇଂଚ ରେ ଡିଷ୍ଟ୍ରିବ୍ୟୁସନ ବାର ଦେବା କଥା। ହେଲେ ଠିକାଦାର ମନଇଛା ବାର ବାଇଣ୍ଡିଂ ସିଡ୍ୟୁଲ ବା ରଡ୍ ବାଇଣ୍ଡି କରୁଛନ୍ତି। କେଉଁଠି ୧୦ ଇଂଚ ତ କେଉଁଠି ୧ ଫୁଟ ଦୂରରେ ରଡ ଛିଡ଼ା କରୁଛନ୍ତି। ସେମିତି ୩ ଫୁଟ ଗଭୀର ର ଡ୍ରେନ ରେ ମଝିରେ ମାତ୍ର ଗୋଟିଏ ରଡ ଶୋଇ ଦିଆଯାଉଛି। କେବଳ ଏତିକି ନୁହେଁ, ଡ୍ରେନ ର ଡିଜାଇନ୍ ଓ ସ୍ପେସିଫିକେସନ ଅନୁସାରେ ୧୨ ଏମ୍‌ଏମ ମେନ ବାର ଓ ୮ ଏମ୍‌ଏମର ଡିଷ୍ଟ୍ରିବ୍ୟୁସନ ବାର ରହିବା କଥା। ଡ୍ରେନ ୱାଲ ରେ ଡବଲ ମେନ ବାର ରହିବା କଥା। ହେଲେ ଠିକାଦାର ଗୋଟିଏ ଲେଖାଏଁ ମେନବାରଦେଉଛନ୍ତି। ସେହିପରି ପିସିସି, ଡ୍ରେନ ରାଫ୍ଟ ଓ ଡ୍ରେନ ୱାଲ ପାଇଁ କଂକ୍ରିଟ ମଧ୍ୟ ନିମ୍ନମାନର ହେଉଅଛି। ବର୍ଷା ଦିନେ ଏଠାରେ ପାଣି ଜମି ରହେ। ଏହାକୁ ଦେଖିଲେ ଡ୍ରେନ ରେ ଜଳ ପ୍ରବାହ ର ଗତି କ୍ଷୀପ୍ର ମଧ୍ୟ ରହିବ। ଏଣୁ ଡ୍ରେନ ର ସ୍ଥାୟୀତ୍ୱ କୁ ଦେଖି ଏଠାରେ ମିକ୍ସ ଡିଜାଇନ ଓ ଏମ ୩୫ ଗ୍ରେଡ ର କଂକ୍ରିଟ ବ୍ୟବହାର ହେବା କଥା। ହେଲେ ଠିକାଦାର ମନଇଛା କାମ କରୁଛନ୍ତି। ସିମେଂଟ, ଆଗ୍ରିଗେଟ ଓ ବାଲି ଭିତରେ ଅନୁପାତ ଠିକ ରହୁନାହିଁ। ଗୋଟିଏ ସିମେଂଟ ରେ ୪ ଟା ଚିପ୍ସ ଓ ୬ ଟା ବାଲି ଦେଉଛନ୍ତି। ଫଳରେ କଂକ୍ରିଟ ଅତି ନିମ୍ନମାନର ହେଉଛି। ତା ସହିତ ନିର୍ମାଣ ପରେ ପାଣି ମଧ୍ୟ ଦିଆଯାଉନାହିଁ। ଏଣୁ ଏହା ବର୍ଷା ଦିନେ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି। ଏନେଇ ପୂର୍ତ ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ କୌଣସି ସନ୍ତୋଷ ଜନକ ଉତର ଦେଇ ନଥିଲେ। ତେବେ କାମ ନେଇଥିବା ଠିକାଦାର କହିଛନ୍ତି ବିଭାଗ ପକ୍ଷରୁ ଯେଉଁ ଡିଜାଇନ ତାଙ୍କୁ ଦିଆଯାଇଛି, ସେ ସହି ଅନୁସାରେ କାମକରା ଯାଉଛି। ତେବେ କାମ ବେଳେ ବିଭାଗୀୟ ଅଧିକାରି ରହୁ ନଥିବାରୁ ନିଜ ଇଛାରେ ଠିକାଦାର ନିମ୍ନ ମାନର କାମ କରୁଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande