ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ସିଜନ-୨ ଉଦ୍‌ଯାପିତ : ମା ଘିକୁଣ୍ଡି ଯୋଦ୍ଧା ଦଳ ଚମ୍ପିଆନ
ସମ୍ବଲପୁର, ୨୯ ଅପ୍ରେଲ (ହି.ସ.)- ସ୍ଥାନୀୟ ଟାଉନ ହଲ ପଡିଆ ଠାରେ ସମ୍ବଲପୁର କବାଡି କ୍ଲବ ପକ୍ଷରୁ ଚାଲିଥିବା ସମ୍ବଲପୁର କବାଡି ପ୍ରିମିୟର ଲିଗ ସିଜନ-୨ ଉଦ୍‌ଯାପିତ ହୋଇଛି । ଫାଇନାଲ ମାଚ୍ ମା ଘିକୁଣ୍ଡି ଯୋଦ୍ଧା ସହ ଅଯୋଧ୍ୟା ସରୋବର ମଧ୍ୟରେ ହୋଇଥିଲା । ଏଥିରେ ମା ଘିକୁଣ୍ଡି ଯୋଦ୍ଧା ଦଳ ୧୨ ପଏଣ୍ଟ ଅଧ
ସମ୍ବଲପୁର କବାଡି ପ୍ରିମିୟର ଲିଗ୍ ସିଜନ-୨ ଉଦ୍‌ଯାପିତ 


ସମ୍ବଲପୁର, ୨୯ ଅପ୍ରେଲ (ହି.ସ.)- ସ୍ଥାନୀୟ ଟାଉନ ହଲ ପଡିଆ ଠାରେ ସମ୍ବଲପୁର କବାଡି କ୍ଲବ ପକ୍ଷରୁ ଚାଲିଥିବା ସମ୍ବଲପୁର କବାଡି ପ୍ରିମିୟର ଲିଗ ସିଜନ-୨ ଉଦ୍‌ଯାପିତ ହୋଇଛି । ଫାଇନାଲ ମାଚ୍ ମା ଘିକୁଣ୍ଡି ଯୋଦ୍ଧା ସହ ଅଯୋଧ୍ୟା ସରୋବର ମଧ୍ୟରେ ହୋଇଥିଲା । ଏଥିରେ ମା ଘିକୁଣ୍ଡି ଯୋଦ୍ଧା ଦଳ ୧୨ ପଏଣ୍ଟ ଅଧିକ ପାଇ ବିଜୟ ହୋଇଥିଲା । ପୂର୍ବରୁ ସେମି ଫାଇନାଲରେ ମା ଘିକୁଣ୍ଡି ଯୋଦ୍ଧା ଦଳ ବୁଢିମା ଟାଇଗର ଦଳ ଓ ୨ୟ ସେମି ଫାଇନାଲରେ ଘଣ୍ଟେଶ୍ୱରୀ ୱାରିୟର୍ସ ଠାରୁ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ପ୍ରତିଯୋଗିତାରେ ଘଣ୍ଟେଶ୍ୱରୀ ୱାରିୟର୍ସ ୪ର୍ଥ ଓ ବୁଢିମା ଟାଇଗର ଦଳ ୩ୟ ସ୍ଥାନ ଅଧିକାର କରିଛି । ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଭୁପେନ ରାଉତ ମ୍ୟାନ ଅଫ୍ ଦି ମ୍ୟାଚ ଓ ମ୍ୟାନ ଅଫ୍ ଦି ଟୁର୍ଣ୍ଣାମେଣ୍ଟ , ଆର‌୍ୟନ ମହାନନ୍ଦ ବେଷ୍ଟ ରିଡର, ଜଗଦିଶ ପରିଡା ଓ ରୋସନ ମହତ୍ତମ ବେଷ୍ଟ ଡିଫେଣ୍ଡର, ଶୃଙ୍ଖଳିତ ଦଳ ଭାବେ ପଶ୍ଚିମାଞ୍ଚଳ ୱାରିୟର ଦଳ ପୁରସ୍କୃତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ , ଜିଲ୍ଲା କ୍ରୀଡା ସଂଘର ଉପସଭାପତି ଦୁଲାଲ ପ୍ରଧାନ, ଏକେଏଫ୍‌ଆଇର ଯୁଗ୍ମ ସମ୍ପାଦକ ଜୟଶ୍ରୀ ସ୍ୱାଇଁ, ଓଡିଶା କବାଡି ସଂଘର ସମ୍ପାଦକ ଅଜୟ ବେହେରା , ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । ଆୟୋଜକ କ୍ଲବ ସଭାପତି ସିଦ୍ଧାର୍ଥ ଶାହା, ଉପସଭାପତି ଅଭିନାଶ ମିଶ୍ର, ରତନ ତରିଆ, ଭଜନ ତରିଆ, ସମ୍ପାଦକ ରବି ମୁଖିଙ୍କ ସମେତ ବଚନ ବେରିହା, ଇନ୍ଦ୍ରଜିତ୍ ବାଗ, ବିମଳ ବେରିହା, ଅଭିନାଶ ବେହେରା, ରାହୁଲ ଦାଶ ମଂଚାସୀନ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande