କନ୍ଧମାଳ, ୨୯ ଅପ୍ରେଲ (ହି.ସ.)- କନ୍ଧମାଳ ବୈଶାଖୀ ଉତ୍ସବ ଓ ବାଣିଜ୍ୟ ମେଳା ର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଡିଏସପି ମାନସ ରଞ୍ଜନ ବାରିକ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଦୀର୍ଘ ୧୨ଦିନ ବ୍ୟାପୀ ଅନୁଷ୍ଠିତ ଏହି ମେଳା କନ୍ଧମାଳର କଳା ସଂସ୍କୃତି ଓ ପରମ୍ପରାକୁ ଲୋକ ଲୋଚନକୁ ଆଣିବା ସହ ନୂତନ କଳାକାର ସୃଷ୍ଟି ଦିଗରେ ସହାୟକ ହେବ ବୋଲି କହିଥିଲେ l ଏହି ଅବସରର ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଓ ଉପାଧ୍ୟକ୍ଷ ରାଧାମୋହନ ମହାପାତ୍ର ମୁଖ୍ୟ ଅତିଥି ଶ୍ରୀ ବାରିକଙ୍କୁ ପୁଷ୍ପ ଗୁଛ, ଉପଢ଼ୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଦ୍ୱିତୀୟ ଦିନରେ ନିହାରିକl ଡାନ୍ସ ଗ୍ରୁପ ଓ ଫ୍ରେଣ୍ଡସ ଡାନ୍ସ ଗ୍ରୁପ ର କଳାକାର ମାନଂକ ଆକର୍ଷଣୀୟ ନାଚରେ ଦର୍ଶକ ମତୁଆଲା ହୋଇଥିଲେ l ମୁଖ୍ୟ ଅତିଥି ବାରିକ ଦୁଇ ଗ୍ରୁପ କୁ ମାନପତ୍ର ଓ ସ୍ମାରକୀ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l କମିଟି କୋଷାଧ୍ୟକ୍ଷ ପ୍ରଶନ୍ନ ସ୍ବାଇଁ ଓ ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗାଲ, ଉପ ସଭାପତି ସୁଜିତ୍ ବେହେରା, ସଂପାଦକ କାହ୍ନୁ ଚରଣ ଶତପଥୀ, ସଦସ୍ୟl ମୁଷ୍କlନ୍ ସୁଆର, ବିରlଜିନୀ ମହାପାତ୍ର, ନିବେଦିତା ଖl ଡ ଙ୍ଗା, ରୁପମ୍ବିକା ତ୍ରିପାଠୀ, ସୁଭ୍ରା ପଟ୍ଟନାୟକ, ସରସ୍ଵତୀ ସାହୂ, ଦିନେଶ କୁମାର ବେହେରା, ନିହାରିକl ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ l ପ୍ରଧାନ ଶିକ୍ଷକ ସୁର ନାୟକ ସୁନ୍ଦର ଅlଙ୍କରିଂ କରିଥିଲେ l ଏହି ମେଳା ଆସନ୍ତା ୮ତାରିଖ ଯାଏ ଚାଲିବ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ