ବିଶ୍ୱ ଟୀକାକରଣ ସପ୍ତାହ ପାଳନ ନେଇ ସ୍ୱତନ୍ତ୍ର ଆଲୋଚନା ଚକ୍ର
ଭୁବନେଶ୍ୱର,୨୯ ଏପ୍ରିଲ (ହି.ସ.) - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସାରା ବିଶ୍ୱରେ ବିଶ୍ୱ ଟୀକାକରଣ ସପ୍ତାହ (୨୪-୩୦ ଏପ୍ରିଲ୍‌) ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରି
ବିଶ୍ୱ ଟୀକାକରଣ ସପ୍ତାହ ପାଳନ ନେଇ ସ୍ୱତନ୍ତ୍ର ଆଲୋଚନା ଚକ୍ର


ଭୁବନେଶ୍ୱର,୨୯ ଏପ୍ରିଲ (ହି.ସ.) - ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସାରା ବିଶ୍ୱରେ ବିଶ୍ୱ ଟୀକାକରଣ ସପ୍ତାହ (୨୪-୩୦ ଏପ୍ରିଲ୍‌) ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ସ୍ୱତନ୍ତ୍ର ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ସଫଳତାର ସହ ଟୀକାକରଣ କରିବାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଛି।

ବୈଠକ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି ସମସ୍ତଙ୍କ ପାଇଁ ଟୀକାକରଣ ମାନବ ଚେଷ୍ଟାରେ ସମ୍ଭବ' ଏହି ମନ୍ତ୍ରକୁ ଗୁରୁତ୍ୱ ଦେଇ ଲୋକଙ୍କ ସରକାର ମଧ୍ୟ ରାଜ୍ୟରେ ଠିକ୍ ସମୟରେ ଆବଶ୍ୟକୀୟ ଟୀକାକରଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ୨୦୨୬ ସୁଦ୍ଧା ଦେଶରୁ ମିଳିମିଳା ଓ ରୁବେଲା ମୂଳୋତ୍ପାଟନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଶିଶୁଙ୍କୁ ଏମଆର ଟୀକା ଦେବାପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଟୀକାକରଣକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆମେ ପ୍ରତିବଦ୍ଧ। ଆସନ୍ତୁ ସମସ୍ତଙ୍କ ମିଳିତ ପ୍ରୟାସରେ ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ସଂକଳ୍ପ ନେବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande