ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ହିଁ ସମାଜର ଆଇନା.. ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ- ନିରଞ୍ଜନ ବିଶି : ଜିଲ୍ଲା ସାମ୍ବାଦିକ ସଂଘର କମ୍ୟୁନିଟି ହଲ ଉଦଘାଟିତ
ବଲାଙ୍ଗିର, ୧ ମଇ (ହି.ସ.)- ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପରିସରରେ ନବ ନିର୍ମିତ କମ୍ୟୁନିଟି ହଲ କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିବା ସହ ଆଜି ବଲାଙ୍ଗିର ଜିଲ୍ଲା ରାଜ୍ୟର
ଗଣତନ୍ତ୍ର ର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ହିଁ ସମାଜର ଆଇନା.. ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ... ନିରଞ୍ଜନ ବିଶି.. ଜିଲ୍ଲା ସାମ୍ବାଦିକ ସଂଘ ର କମ୍ୟୁନିଟି ହଲ ଉଦଘାଟିତ


ବଲାଙ୍ଗିର, ୧ ମଇ (ହି.ସ.)- ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପରିସରରେ ନବ ନିର୍ମିତ କମ୍ୟୁନିଟି ହଲ କୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିବା ସହ ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ ମାନଙ୍କ କାର୍ଯ୍ୟକୁ ବେଶ ପ୍ରଶଂସା କରିବା ସହ ଆଜି ବଲାଙ୍ଗିର ଜିଲ୍ଲା ରାଜ୍ୟରେ କେବଳ ସାମ୍ବାଦିକ ମାନଙ୍କ ନିସ୍ଵାର୍ଥପର ଭାବ ନେଇ ଏକ ସମାଜର ଜାଗ୍ରତ ପ୍ରହରୀ ଭାବରେ କାର୍ଯ୍ୟ କରି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ଜିଲ୍ଲାର ମାନ ବୃଦ୍ଧି କରିଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ l ଗଣତନ୍ତ୍ର ରାଷ୍ଟରେ ଗଣମାଧ୍ୟମକୁ ଚତୁର୍ଥସ୍ତମ୍ଭ ର ଆଖ୍ୟା ମିଳିଥିବା ବେଳେ ସମାଜର ଆଇନା ପରି ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ମାନେ କାର୍ଯ୍ୟ କରିବା, ଅନେକ ଅସହାୟ, ପରିବାର ମୁହଁରେ ହସ ଫୁଟାଇବା, ସମାଜର ଟିକି ଖବର ପ୍ରକାଶିତ ତଥା ପ୍ରସାରଣ କରି ପ୍ରଶାସନର ଦାୟିତ୍ୱ ତଥା ସରକାରଙ୍କ କର୍ତ୍ତବ୍ୟ ଉପରେ ସଚେତନ କରିବା ଭଳି ଖବର ଗୁଡିକ ବଲାଙ୍ଗୀର ଜିଲ୍ଲାର ସାମ୍ବାଦିକ ମାନେ ବେଶ ନିଷ୍ଠାର ସହ ପାଳନ କରିଆସୁଥିବା ନେଇ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି କହିବା ସହ ଆଗାମୀ ଦିନରେ ନିଜସ୍ୱ ଉଦ୍ୟମରେ ଜିଲ୍ଲା ସାମ୍ବାଦିକ ସଂଘ ର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି l ବଲାଙ୍ଗୀର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜିଲ୍ଲା ସାମ୍ବାଦିକ ସଂଘ ଜିଲ୍ଲାର ବିକାଶ ତଥା ଉନ୍ନତି ଦିଗରେ ଏକ ମୁଖ୍ୟ ସେତୁ ସାଜିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟତମ ଅତିଥି ଭାବରେ ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡା ପରିଚାଳନା କରିଥିବା ବେଳେ ସମ୍ପାଦକ ଶିଶିରକାନ୍ତ ଶତପଥି, କୋଷାଧକ୍ଷ ସୁନୀଲ ମହାନ୍ତି ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବୀରେନ୍ଦ୍ର ଝାଙ୍କର, ନବୀନ ପଶାୟତ, ଚନ୍ଦ୍ରଭାନୁ ମୋଲାନା, ଚିତ୍ତରଞ୍ଜନ ମିଶ୍ର, ସଞ୍ଜୟ ବେହେରା, ଆନନ୍ଦଚନ୍ଦ୍ର ସାହୁ, ଗୋପବନ୍ଧୁ ଶତପଥି, ଶରତ ମହାକୁଡ଼, ବଳରାମ ମିଶ୍ର, ସୁଧୀର ପଣ୍ଡା, ସମେତ ବହୁ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟଗଣ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande